ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏମ୍ପି ପଦ ରଦ୍ଦ କରିଦିଆଯାଇଛି। ଶୁକ୍ରବାର ଲୋକ ସଭା ସଚିବାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି।
କେରଳର ୱାୟାନାଡ ସଂସଦୀୟ ବିଧାନସଭାନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକ ସଭା ସଦସ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ମନ୍ତବ୍ୟ ମାମଲାରେ ଗୁରୁବାର ଗୁଜରାଟର ସୁରଟସ୍ଥିତ ଏକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଏଥିସହ ସହ ୧୫,୦୦୦ ଟଙ୍କା ଜୋରିମନା କରାଯାଇଥିଲା। ତେବେ ଅଦାଲତଙ୍କ ଏହି ରାୟ ପରେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରାଯାଇପାରେ ବୋଲି ଚର୍ଚ୍ଚା ହେଉଥିଲା।