Advertisement

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶକୁ ମହାସଚିବ କରିବାର ଯୋଜନା ରହିଛି। ଏଥିରେ କେତେଜଣ ବରିଷ୍ଠ ନେତାଙ୍କୁ ବି ସେମାନଙ୍କ ସ୍ଥାନ ହରାଇବାକୁ ପଡିପାରେ। ଅନ୍ୟପଟେ ଚଳିତ ବର୍ଷ ରାହୁଲ ଗାନ୍ଧୀ ଆଉ ଅଧ୍ୟକ୍ଷ ପଦରେ ବସିବେ ନାହିଁ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ସୋନିଆ ହିଁ ଦଳର ମଙ୍ଗ ଧରିବେ ବୋଲି କୁହାଯାଉଛି। ରାହୁଲଙ୍କ ନିକଟତମଙ୍କ ସୂଚନା ଅନୁଯାୟୀ, ରାହୁଲ ଏବେ ଏମ୍‌ପି ଭାବେ ସକ୍ରିୟ ରାଜନୀତି କରିବାକୁ ଚାହୁଁଛନ୍ତି। ତେବେ ଦଳ ନିକଟରେ ୨ଟି ବିକଳ୍ପ ରହିଥିବା କୁହାଯାଉଛି। ଗୋଟିଏ ହେଉଛି ସୋନିଆଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ସ୍ଥାନରେ ଅଧ୍ୟକ୍ଷ କରିବାର ସମସ୍ତ ଔପଚାରିକତା ସମ୍ପୂର୍ଣ୍ଣ କରାଯାଉ କିମ୍ବା ନିର୍ବାଚନ ଆୟୋଗଙ୍କ ନିକଟରୁ ସଙ୍ଗଠନାତ୍ମକ ନିର୍ବାଚନ ଲାଗି ସମୟ ମଗାଯାଉ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share