Categories: ଜାତୀୟ

ତାମିଲନାଡୁରେ ଗାଁ ଲୋକଙ୍କ ସହ ଛତୁ ବିରିୟାନିର ମଜା ନେଲେ ରାହୁଲ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୩୦ ।୧: ତାମିଲନାଡୁର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯେମିତି ଏବେଠାରୁ ବଳ ଖଟାଇବା ଆରମ୍ଭ କଲେଣି । ଅର୍ଥାତ୍ ଭୋଟରଙ୍କୁ ଆପଣେଇବାକୁ ଚେଷ୍ଟା କଲେଣି ରାହୁଲ । ସୂଚନାଯୋଗ୍ୟ, ରାହୁଲ ଗତ ସପ୍ତାହରେ ତାମିଲନାଡୁ ଗସ୍ତ କରିଥିବା ବେଳେ କିଛି ସଭାରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଏକ ୟୁଟ୍ୟୁବ ଚ୍ୟାନେଲର ଶୋ’ରେ ବି ଆସିଥିଲେ । ଏହି ଶୋ’ରେ ସେ ଛତୁ ବିରିୟାନିର ମଜା ନେଇଥିଲେ । ଏମିତିକି ବିରିୟାନି ପ୍ରସ୍ତୁତ କରିଥିବା ଲୋକଙ୍କ ସହ ମିଶି ବିରିୟାନି ତିଆରି କରିବା ଓ ସେମାନଙ୍କ ସହ ଖାଇବା ଦେଖାଯାଇଥିଲା । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ୟୁଟ୍ୟୁବ ଚ୍ୟାନେଲ ଦକ୍ଷିଣ ଭାରତ ସହ ସାରା ବିଶ୍ୱରେ ବେଶ୍ ଜଣାଶୁଣା । ଉକ୍ତ ଚ୍ୟାନେଲ ରାହୁଲଙ୍କ ଭିଡିଓ ଶେୟାର କରି ଲେଖିଛି, ଆମ ପାଇଁ ବଡ ସୌଭାଗ୍ୟର ଦିନ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଆମ ସହ ଅଛନ୍ତି ଆଉ ବିରିୟାନିର ମଜା ଉଠାଇଛନ୍ତି । କଦଳୀ ପତ୍ରରେ ବିରିୟାନି ଖାଉଥିବା ରାହୁଲଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ଏହାକୁ ଖୁବ୍ ପ୍ରଶଂସା କରୁଛନ୍ତି ।

Share