Categories: ଜାତୀୟ

ବେଙ୍ଗଲି ମାର୍କେଟରେ ଗୁପ୍‌ଚୁପ୍‌ର ମଜା ନେଲେ ରାହୁଲ

ନୂଆଦିଲ୍ଲୀ,୧୯।୪: ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ବିବାଦୀୟ ବୟାନକୁ ନେଇ ବିବାଦ ଘେରରେ ରହିଥିବା ବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ମଙ୍ଗଳବାର ଦିଲ୍ଲୀର ଲୋକଙ୍କ ସହ ରାହୁଲ ଗାନ୍ଧୀଙ୍କୁ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଦିଲ୍ଲୀର କନ୍ନଟ ପେଲେସ୍‌ ଏବଂ ଚାନ୍ଦନୀ ଚୌକ ଅଞ୍ଚଳର ବେଙ୍ଗଲି ମାର୍କେଟରେ ରାହୁଲ ସ୍ବାଦିଷ୍ଟ ଖାଦ୍ୟର ମଜା ଉଠାଇଥିଲେ। ବେଙ୍ଗଲି ବଜାରରେ ସେ ଗୁପ୍‌ଚୁପ୍‌ ଖାଇବା ସହ ଚାଟ୍‌ ଖାଇବାର ମଧ୍ୟ ମଜା ନେଇଥିଲେ। ଏହାପରେ ସେ ସିଧାସଳଖ ପହଞ୍ଚିଥିଲେ ପୁରୁଣା ଦିଲ୍ଲୀରେ। ସେଠାରେ କଂଗ୍ରେସ ନେତା ମୋହବତ୍‌ର ଶରବତ ଦୋକାନରେ ତରଭୁଜ ଖାଇଥିଲେ। ଏତଦ୍‌ ବ୍ୟତୀତ ସେ ଜାମା ମସ୍‌ଜିଦ୍‌ ସମ୍ମୁଖରେ ବହୁ ସଂଖ୍ୟାରେ ଲୋକଙ୍କ ସହ ସେଲଫି ମଧ୍ୟ ନେଇଥିଲେ। ଏହି ସମୟରେ ଲୋକମାନେ ରାହୁଲଙ୍କୁ ଭେଟିବାକୁ ବହୁତ ଆଗ୍ରହୀ ରହିଥିଲେ। ଏହାପୂର୍ବରୁ ମଧ୍ୟ ରାହୁଲ ଅନେକ ଥର ଷ୍ଟ୍ରିଟ ଫୁଡ୍‌ର ମଜା ନେଇଥିବାର ନଜର ଆସିଛନ୍ତି।

Share