Categories: ଜାତୀୟ

ପ୍ରଧାନମନ୍ତ୍ରୀ ହେଲେ ପ୍ରଥମେ କ’ଣ କରିବେ ରାହୁଲ

ନୂଆଦିଲ୍ଲୀ,୭ ।୧୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡାର ଏମ୍‌ପି ରାହୁଲ ଗାନ୍ଧୀ ତାମିଲନାଡୁର ମୁଲଗୁମୁଦନର ସେଣ୍ଟ ଜୋସେଫ ସ୍କୁଲରେ ଏ ବର୍ଷର ଦୀପାବଳି ପାଳନ କରିଛନ୍ତି । ଏହି ସମୟରେ ସେ ସେଠାରେ ଥିବା କେତେଜଣ ଛାତ୍ରଙ୍କ ସହ କଥା ହୋଇଥିଲେ । ଯାହାର ଏକ ଭିଡିଓ ଏବେ ରାହୁଲ ଟୁଇଟ୍ କରିଛନ୍ତି । ଏହି ଭିଡିଓକୁ ଶେୟାର କରି ରାହୁଲ ଲେଖିଛନ୍ତି, ସେଣ୍ଟ ଜୋସେଫ ସ୍କୁଲର ବିଦ୍ୟାର୍ଥୀଙ୍କ ସହ କଥା ହେଲି ସେମାନଙ୍କ ସହ ଡିନର ବି କଲି, ଯାହା ଦୀପାବଳିକୁ ଆହୁରି ସ୍ପେଶାଲ କରିଦେଲା । ଏହାସହ ରାହୁଲ କହିଛନ୍ତି, ସଂସ୍କୃତିର ଏହି ସଙ୍ଗମ ଆମ ଦେଶର ସବୁଠାରୁ ବଡ ଶକ୍ତି ଓ ଆମେ ଏହାକୁ ସୁରକ୍ଷିତ କରି ରଖିବା ଦରକାର । ଏହି ସମୟରେ ରାହୁଲଙ୍କୁ ଜଣେ ପ୍ରଶ୍ନ କରିଥିଲେ ପ୍ରଧାନମନ୍ତ୍ରୀ ହେଲେ ସେ ପ୍ରଥମେ କ’ଣ କରିବେ । ଏହାର ଉତ୍ତରରେ ରାହୁଲ କହିଥିଲେ ସେ ପ୍ରଥମେ ମହିଳା ସଂରକ୍ଷଣ ଉପରେ ଗୁରୁତ୍ୱ ଦେବେ । ଏହାସହ ସେ କହିଥିଲେ ମୋତେ ଯଦି କେହି ପଚାରନ୍ତି ପିଲାମାନଙ୍କୁ ତୁମେ କ’ଣ ଶିଖାଇବ ତେବେ ମୁଁ କହିବି, ବିନମ୍ରତା ।

Share