Categories: ଜାତୀୟ

ଗୁଜୁରାଟରୁ ମୋଦିଙ୍କୁ ବଡ଼ ଚ୍ୟାଲେଞ୍ଜ କଲେ ରାହୁଲ ଗାନ୍ଧୀ, କହିଲେ…

ଗାନ୍ଧୀନଗର,୬।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତରେ ଅଛନ୍ତି। ଶନିବାର ଗୁଜୁରାଟରେ ପହଞ୍ଚି ସେ ବିଧାନସଭା ନିର୍ବାଚନକୁ ନେଇ ବଡ଼ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଭାଜପାକୁ ହରାଇବ। ଭାଜପା ଦେଇଥିବା ଚ୍ୟାଲେଞ୍ଜକୁ ଆମେ ଗ୍ରହଣ କରୁଛୁ।

କହିରଖୁଛୁ କି, ଲୋକ ସଭା ବିରୋଧୀ ଦଳ ନେତା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଗୁଜୁରାଟ ଗସ୍ତରେ ଅଛନ୍ତି। ସେଠାରେ ପହଞ୍ଚି ସେ ଆଗାମୀ ନିର୍ବାଚନ ପାଇଁ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ଆପଣ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ରଥଯାତ୍ରାରେ ଖେିଥିଲେ। କୁହାଯାଏ କି ତାଙ୍କୁ ମୋଦି ସାହାଯ୍ୟ କରିଥିଲେ। କିନ୍ତୁ ମୁଁ ସଂସଦରେ ଭାବୁଥିଲି ରାମ ମନ୍ଦିର କାର୍ଯ୍ୟକ୍ରମରେ ଆଦାନୀ ଓ ଅମ୍ବାନୀକୁ ଦେଖିଲି କିନ୍ତୁ କୌଣସି ଗରିବ ଲୋକଙ୍କୁ ନୁହେଁ।

ରାହୁଲ ଆହୁରି କହିଛନ୍ତି, ଅଯୋଧ୍ୟାର ଜଣେ ଏମପି ମୋତେ କହିଲେ ଅଯୋଧ୍ୟାରେ ୩ଥର ଏକ ସର୍ଭେ ହୋଇଥିଲା ଯେଉଁଥିରେ ମୋଦି ଅଯୋଧ୍ୟାରୁ ଲଢିବାକୁ ଚାହୁଁଥିଲେ। ହେଲେ ସେ ହାରିବେ ବୋଲି ସେଠାରୁ ଲଢି ନ ଥିଲେ। କାରଣ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କର ଜମି ହଡପ ହୋଇଥିଲା, ଲୋକଙ୍କର ଦୋକାନ ଭଙ୍ଗା ଯାଇଥିଲା। ଏହାପରେ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ମିଳି ନ ଥିଲା। ଅଯୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଆଜିଯାଏଁ ବି ଅଯୋଧ୍ୟାବାସୀ ଖୁସି ନ ଥିଲେ।

Share