Categories: ଜାତୀୟ

ରାହୁଲଙ୍କ ପରବର୍ତ୍ତି ଶୁଣାଣି ଏପ୍ରିଲ ୧୩ରେ

ନୂଆଦିଲ୍ଲୀ,୩।୪: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ସୋମବାର ଜାମିନ ମିଳିଯାଇଛି। ସୁରଟ କୋର୍ଟରେ ତାଙ୍କର ପରବର୍ତ୍ତି ଶୁଣାଣି ୧୩ ଏପ୍ରିଲରେ ହେବ। ଜାମିନ ମିଳିବା ପରେ ରାହୁଲ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ଏହି ମିତ୍ରକାଳ ବିରୋଧରେ , ଲୋକତନ୍ତ୍ରକୁ ବଞ୍ଚାଇବାକୁ ଲଢେଇ ଚାଲିଛି। ଏହି ସଂଘର୍ଷରେ ସତ୍ୟ ମୋର ଅସ୍ତ୍ର, ଓ ସତ୍ୟ ହିଁ ମୋର ଆଶ୍ରା।ତେବେ ପରବର୍ତ୍ତି ଶୁଣାଣିରେ ରାହୁଲ ହାଜର ହେବା ଜରୁରୀ ନୁହେଁ। ସୁରଟ କୋର୍ଟ ପକ୍ଷରୁ ୧୦ ଏପ୍ରିଲ ମଧ୍ୟରେ ଜବାବ ଦାଖଲ କରିବାକୁ ରାହୁଲଙ୍କୁ କୁହାଯାଇଥିଲା। ରାହୁଲ ଗାନ୍ଧୀ ବି ଶୁଣାଣି ପାଇଁ ସୁରଟ କୋର୍ଟ ପହଞ୍ଚିଥିଲେ। ସୋମବାର ରାହୁଲ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସୁରଟ କୋର୍ଟ ପହଞ୍ଚିଥିଲେ।

ସୂଚନାଯୋଗ୍ୟ, ମୋଦି ସରନେମ ମାମଲାକୁ ନେଇ ସୁରଟ କୋର୍ଟ ପହଞ୍ଚିଥିବା ରାହୁଲ ଗାନ୍ଧୀଙ୍କୁ ସୋମବାର ଜାମିନ ମିଳିଛି।

Share