Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ପୁଣେ,୧୨।୭: ବମ୍ବେ ହାଇକୋର୍ଟ ଶୁକ୍ରବାର ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ରାହୁଲ ଗାନ୍ଧୀଙ୍କ ବିରୋଧରେ ଦାଖଲ ହୋଇଥିବା ଆପରାଧିକ ମାନହାନୀ ମାମଲାରେ କିଛି ଅତିରିକ୍ତ ଦସ୍ତାବିଜକୁ ଅନୁମତି ଦେଇଥିବା ଭିଓ୍ବଣ୍ଡି କୋର୍ଟର ଆଦେଶକୁ ରଦ୍ଦ କରିଛନ୍ତି।
ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଜଷ୍ଟିସ ପୃଥ୍ବୀରାଜ କେ ଚହ୍ବାଣ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଆବେଦନରେ ଦର୍ଶାଯାଇଛି, ଆରଏସଏସ କାର୍ଯ୍ୟକର୍ତ୍ତା ରାଜେଶ କୁଣ୍ଟେଙ୍କୁ କିଛି ଡକ୍ୟୁମେଣ୍ଟ ବିଳମ୍ବରେ ଉପସ୍ଥାପନ କରିବାକୁ ଟ୍ରାଏଲ କୋର୍ଟ ଅନୁମତି ଦେଇଛନ୍ତି।

Share