Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି: ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ,୮।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଗୁରୁବାର କହିଛନ୍ତି , କଂଗ୍ରେସ ନେତାଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ରହିଛି, କିନ୍ତୁ ବିଶ୍ୱ ସାମ୍ନାରେ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉଠାଇବା ଦେଶର ସ୍ବାର୍ଥରେ ନାହିଁ। ଆମେରିକାର ଏକ କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସମ୍ପର୍କରେ ଜୟଶଙ୍କର କହିଛନ୍ତି ଯେ ବିଶ୍ୱ ଆମକୁ ନଜର ରଖିଛି।

ଏକ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ବିଦେଶରେ ଭାରତକୁ ସମାଲୋଚନା କରିବାର ଅଭ୍ୟାସ ଅଛି। ମୁଁ ଭାବୁନାହିଁ ଯେ ଜାତୀୟ ରାଜନୀତିକୁ ଦେଶରୁ ବାହାରକୁ ନେବା ଜାତୀୟ ସ୍ବାର୍ଥରେ ହେବ।

କଂଗ୍ରେସ ଦଳର ପୂର୍ବତନ ସଭାପତି ତଥା ପୂର୍ବତନ ଏମ୍‌ପି ରାହୁଲ ଗାନ୍ଧୀ ନିକଟରେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଥିଲେ ଏବଂ ବିଭିନ୍ନ ଦିଗରେ ସରକାରଙ୍କ ନୀତିକୁ ଟାର୍ଗେଟ କରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସକୁ ଭବିଷ୍ୟତରେ ଦେଖିବାରେ ଅସମର୍ଥ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ କରି ରାହୁଲ କହିଛନ୍ତି, ସେ କେବଳ ପଛକୁ ଅନେଇକି ଭାରତୀୟ କାର୍‌ ଚଳାଇବାକୁ ଚେଷ୍ଠା କରୁଛନ୍ତି। ଯେଉଁଥି ପାଇଁ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବ।

Share