Categories: ଜାତୀୟ

ଶ୍ରୀନଗରରେ ଡେରା ପକାଇଛନ୍ତି ରାହୁଲ ଗାନ୍ଧୀ

ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ମଞ୍ଚରେ ନିଜର ଦୃଢ ଉପସ୍ଥିତି ଜାହିର କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଜପା ଦ୍ୱାରା ରାଜ୍ୟ ନିର୍ବାଚନ ଦାୟିତ୍ୱ ଗ୍ରହଣ କରିବାର ଦ୍ୱିତୀୟ ଦିନ ପରେ ରାମ ମାଧବ ବୁଧବାର ଶ୍ରୀନଗରରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ଶ୍ରୀନଗରରେ ଡେରା ପକାଇଛନ୍ତି। ସେ ନ୍ୟାଶ୍‌ନାଲ୍‌ କନଫରେନ୍ସ ସହିତ ମେଣ୍ଟ ଚୂଡାନ୍ତ କରିପାରନ୍ତି।
ସମସ୍ତ ରାଜନୈତିକ ଦଳର ମୁଖ୍ୟ ଧ୍ୟାନ କଶ୍ମୀର ଉପରେ ରହିଛି। ସୂତ୍ରରୁ ପ୍ରକାଶ ଯେ ୨୦୧୫ରେ ଭାଜପା-ପିଡିପି ମିଳିତ ସରକାରର ସ୍ଥପତି ଥିବା ରାମ ମାଧବ ଶ୍ରୀନଗରରେ ପହଞ୍ଚିବା ମାତ୍ରେ ଦଳର ନେତାଙ୍କଠାରୁ ବାସ୍ତବତା ସମ୍ପର୍କରେ ସୂଚନା ନେଇଥିଲେ। ନିର୍ବାଚନ ପ୍ରସ୍ତୁତି ଉପରେ ଆଲୋଚନା କରିଥିଲେ।

Share