Categories: ଜାତୀୟ

ଗେହଲୋଟ-ପାଇଲଟଙ୍କ ସହ ଏକ ଘଣ୍ଟା ଧରି ଏକେଲା ବୈଠକ କଲେ ରାହୁଲ

ଜୟପୁର,୨୦ ।୧୨: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ଏବେ ରାଜସ୍ଥାନରେ ଚାଲିଛି । ଏଠାରେ ଏହି ଯାତ୍ରା ପ୍ରାୟ ୫୦୦ କିଲୋମିଟର ପଥ ଅତିକ୍ରମ କରିବ । ମାଲାଖେଡାରେ ହୋଇଥିବା ବିଶାଳ ଜନସଭା ପରେ ରାହୁଲ ଗାନ୍ଧୀ ଅଲୱର ସର୍କିଟ ହାଉସ ପହଞ୍ଚିଥିଲେ । ରାଜସ୍ଥାନରେ ଯଦିଓ ଏବେ କଂଗ୍ରେସ ସରକାର ଶାସନ କରୁଛି ହେଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ ତୁତୁ ମେମେ ଜାରି ରହିଛି ।
ରାଜସ୍ଥାନରେ ଦଳକୁ ମଜଭୁତ କରିବାକୁ ରାହୁଲ ଗାନ୍ଧୀ ଅଲୱରରେ ବୈଠକ କରିଛନ୍ତି । ଅଲୱର ସର୍କିଟ ହାଉସରେ ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ସହ ବନ୍ଦ କୋଠରିରେ ଲମ୍ବା ଚର୍ଚ୍ଚା କରିଛନ୍ତି । ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚ୍ଚିନ ପାଇଲଟଙ୍କ ମଧ୍ୟରେ କୌଣସି ଉପାୟରେ ଦୂରତା ଶେଷ କରିବାକୁ ଚାହୁଁଛନ୍ତି । ଫଳରେ ଆଗାମୀ ଦିନରେ ବି ରାଜସ୍ଥାନରେ କଂଗ୍ରେସ ସରକାର ପୁଣିଥରେ ଶାସନ କ୍ଷମତା ହାତେଇ ପାରିବ ।

Share