Categories: ଜାତୀୟ

‘ସବୁ ମୋଦି ଚୋର’ ଆପତ୍ତିଜନକ ମନ୍ତବ୍ୟ ମାମଲାର ଶୁଣାଣି, କୋର୍ଟରେ ରାହୁଲ ଗାନ୍ଧୀ…

ସୁରଟ,୨୪।୬: ଗତ ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ‘ସବୁ ମୋଦି ଚୋର’ ବୋଲି ମନ୍ତବ୍ୟ ଦେଇଥିଲେ। ଗୁଜରାଟ ସୁରଟ କୋର୍ଟରେ ମୋଦି ସରନେମ୍‌କୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ୨୦୧୯ ଏପ୍ରିଲ୍‌ ୧୩ରେ କର୍ନାଟକର କୋଲାରଠାରେ ଏକ ନିର୍ବାଚନ ରାଲିରେ ରାହୁଲ କହିଥିଲେ ଯେ, ଲଳିତ ମୋଦି, ନୀରବ ମୋଦି, ନରେନ୍ଦ୍ର ମୋଦିଙ୍କ ଉପନାମ (ସରନେମ୍‌) ଏପରି ହୋଇଛି, କାରଣ ‘ସବୁ ମୋଦି ଚୋର’। ଏହାକୁ ନେଇ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ଭାଜପା ବିଧାୟକ ପୂର୍ଣ୍ଣିମା ମୋଦି ଏନେଇ ଏକ ମାମଲା ଦାଏର କରିଥିଲେ। ଚିଫ୍‌ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍‌ ବି.ଏଚ୍‌. କପାଡ଼ିଆ ପୂର୍ଣ୍ଣିମାଙ୍କ ଅଭିଯୋଗ ସ୍ବୀକାର କରି ରାହୁଲଙ୍କୁ ସମନ ଜାରି କରିଥିଲେ। ଏହାର ଶୁଣାଣି ପାଇଁ ରାହୁଲ ସୁରଟ କୋର୍ଟରେ ପହଞ୍ଚି ନିଜର ବୟାନ ରେକର୍ଡ କରିଛନ୍ତି।

Share