Advertisement

ଅଚାନକ ଦିଲ୍ଲୀର ଆଜାଦପୁର ପରିବା ମଣ୍ଡିରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧।୮: କୃଷକ ଓ କାର ମେକାନିକଙ୍କ ସହ ସାକ୍ଷାତ କରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସକାଳେ ହଠାତ ଆଜଦପୁର ପରିବା ମଣ୍ଡିରେ ପହଞ୍ଚି ପରିବା ବିକାଳିଙ୍କୁ ସାକ୍ଷାତ୍‌ କରିଛନ୍ତି। ରାହୁଲ ଯେତେବେଳେ ପରିବା ମଣ୍ଡିରେ ପହଞ୍ଚିଥିଲେ ସେତେବେଳେ ଲୋକଙ୍କ ଭିଡ ହୋଇଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ଏହାର ଏକ ଭିଡିଓ ଟୁଇଟ କରିଛି। ନ୍ୟୁଜ ଏଜେନ୍ସି ଥାର୍ଡ ପାର୍ଟି ସୋର୍ସ ଆଧାରରେ ଏହି ଭିଡିଓ ପୋଷ୍ଟ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share