Categories: ଜାତୀୟ

ସତ କହୁନାହାନ୍ତି ମୋଦି: ରାହୁଲ

ନୂଆଦିଲ୍ଲୀ,୨୫।୮: ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କାରଗିଲରେ ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଚାଇନା ଭାରତର ହଜାର ହଜାର କିଲୋମିଟର ଜମି ଛଡ଼ାଇ ନେଇଛି ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଦଳଙ୍କ ସହ ଏକ ବୈଠକରେ ଏହି ପ୍ରସଙ୍ଗରେ ମିଛ କହିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ଏହି ସୂଚନା ଦେଇଛି।

ଲଦ୍ଦାଖ ଗସ୍ତ ସମୟରେ କାରଗିଲରେ ପହଞ୍ଚି ରାହୁଲ ଗାନ୍ଧୀ କହିଛନ୍ତି ଯେ ଲଦ୍ଦାଖ ଏକ ରଣନୀତିକ ସ୍ଥାନ। ଗୋଟିଏ କଥା ସ୍ପଷ୍ଟ ଯେ ଚାଇନା ଭାରତର ଜମି ନେଇଛି। ଚାଇନା ଆମଠାରୁ ହଜାରେ କିଲୋମିଟର ଜମି ଛଡ଼ାଇ ନେଇଛି। ଏହା ଦୁଃଖର ବିଷୟ ଯେ ଭାରତର ପ୍ରଧାନମନ୍ତ୍ରୀ ବିରୋଧୀ ବ ବୈଠକରେ କହିଛନ୍ତି ଯେ କେହି ଭାରତର ଏକ ଇଞ୍ଚ ମଧ୍ୟ ନେଇ ନାହାଁନ୍ତି। ଏହା ସମ୍ପୂର୍ଣ୍ଣ ମିଥ୍ୟା। ଲଦ୍ଦାଖର ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ଯେ ଚାଇନା ଲଦ୍ଦାଖର ଜମି ନେଇଛି ଏବଂ ପ୍ରଧାନମନ୍ତ୍ରୀ ସତ କହୁ ନାହାଁନ୍ତି।

Share