Categories: ଜାତୀୟ

ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି ପ୍ରକାରର ସମାଧାନ ବାହାରିବ ନାହିଁ, କେବଳ ଶାନ୍ତି ହିଁ ସମାଧାନ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାହୁଲ ଗାନ୍ଧୀ କହିଛନ୍ତି, ମଣିପୁରକୁ ଶାନ୍ତି ଦରକାର। ମୁଁ ରିଲିଫ କ୍ୟାମ୍ପକୁ ଯାଇ ପ୍ରତ୍ୟେକ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲି। ରିଲିଫ କ୍ୟାମ୍ପରେ ଔଷଧ ଏବଂ ଖାଦ୍ୟର ଅଭାବ ରହିଛି, ଯାହା ଉପରେ ସରକାର ଧ୍ୟାନ ଦେବା ଉଚିତ୍‌। ଶାନ୍ତି ବଜାୟ ରଖିବା ପାଇଁ ମଣିପୁରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୁଁ ନିବେଦନ କରୁଛି। ମୁଁ ଏଠାରେ ଉପସ୍ଥିତ ଅଛି ଏବଂ ଶାନ୍ତି ପାଇଁ ଯାହା କରିପାରିବି ତାହା କରିବି।

Share