Categories: ଜାତୀୟ

ମୁମ୍ବାଇରେ ପହଞ୍ଚିଲେ ରାହୁଲ, କିଛି ସମୟ ପରେ କରିବେ ଖବରଦାତା ସମ୍ମିଳନୀ

ମୁମ୍ବାଇ,୩୧।୮: କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ବୈଠକରେ ସାମିଲ ହେବା ପାଇଁ ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ କଂଗ୍ରେସ ସମର୍ଥକମାନେ ମୁମ୍ବାଇ ବିମାନବନ୍ଦର ବାହାରେ ଏକାଠି ହୋଇଥିଲେ। ରାହୁଲ କିଛି ସମୟ ମଧ୍ୟରେ ଏକ ଖବରଦାତା ସମ୍ମିଳନୀ କରିବେ। ଏହି ସମୟରେ ସେ ଆଦାନୀ ପ୍ରସଙ୍ଗ ବିଷୟରେ କହିପାରନ୍ତି। ଅନ୍ୟପଟେ, ଏସପି ମୁଖ୍ୟ ଅଖିଳେଶ ଯାଦବ ତାଙ୍କ ଏମ୍‌ପି ପତ୍ନୀ ଡିମ୍ପଲ ଯାଦବଙ୍କ ସହ ମୁମ୍ବାଇରେ ପହଞ୍ଚିଛନ୍ତି।

Share