Categories: ଜାତୀୟ

ବିବାହରେ ଯୋଗ ଦେବା ଅପରାଧ ତ ନୁହେଁ: ସୁରଜେୱାଲା

ନୂଆଦିଲ୍ଲୀ,୩ ।୫: ନିଜର ଜଣ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏବେ ଏହାର ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ଏକ ପବ୍‌ରେ ନଜର ଆସିଛନ୍ତି । ଏହି ଭିଡିଓକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାରତୀୟ ଜନତା ପାର୍ଟି(ଭାଜପା) । ଆଉ ଏହାର ଜବାବ ଦେବାକୁ ଯାଇ ସାମ୍ନାକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁରଜେୱାଲା । ସେ ଟୁଇଟ୍ କରି କହିଛନ୍ତି, ଏପର୍ଯ୍ୟନ୍ତ ବିବାହ ସମାରୋହରେ ସାମିଲ ହେବା ତ ଅପରାଧ ନୁହେଁ । ହୋଇପାରେ ଆଗକୁ ଭାଜପା ସ୍ଥିର କରିପାରେ ବିବାହରେ ଯୋଗଦେବା ଓ ବନ୍ଧୁ କରିବା ଅପରାଧ ହୋଇପାରେ ।
ସୁରଜେୱାଲା ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀ ଅଯାଚିତ ବନ୍ଧୁ ଭାବେ ବା ବିନା ନିମନ୍ତ୍ରିତ ବନ୍ଧୁ ଭାବେ ନେପାଳ ଯାଇ ନାହାନ୍ତି । ଯେମିତି ମୋଦି ପାକିସ୍ତାନ ଯାଇଥିଲେ । ସେ ଜଣେ ବନ୍ଧୁଙ୍କ ବିବାହରେ ଯୋଗ ଦେବାକୁ ଏକ ମିତ୍ର ଦେଶକୁ ଗସ୍ତ କରିଛନ୍ତି । ନେପାଳ ଖବରକାଗଜ ‘ଦ କାଠମାଣ୍ଡୁ ପୋଷ୍ଟ’ର ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ତାଙ୍କ ବନ୍ଧୁ ସୁମ୍ନିମା ଉଦାସଙ୍କ ବିବାହରେ ଯୋଗ ଦେବାକୁ ନେପାଳ ଆସିଛନ୍ତି । ତାଙ୍କ ପିତା ଭିମ ଉଦାସ କହିଛନ୍ତି ଆମେ ରାହୁଲ ଗାନ୍ଧୀଙ୍କୁ ପୁଅ ବିବାହ ଲାଗି ନିମନ୍ତ୍ରଣ କରିଥିଲୁ । ଭୀମ ଉଦାସ ମ୍ୟାନମାରରେ ନେପାଳର ପୂର୍ବତନ ରାଜଦୂତ ଭାବେ କାମ କରିଛନ୍ତି । ସୁମ୍ନିମା ସିଏନଏନର ପୂର୍ବତନ ଖବରଦାତା ଭାବେ କାମ କରିଛନ୍ତି ।

Share