Categories: ଜାତୀୟ

ଆଜି ରାହୁଲଙ୍କ ମଧ୍ୟପ୍ରଦେଶ ଗସ୍ତ, ଉଜୈନ ବଳାତ୍କାର ଘଟଣାରେ ସରକାରଙ୍କୁ କରିବେ ଟାର୍ଗେଟ୍‌

ନୂଆଦିଲ୍ଲୀ,୩୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶ ଗସ୍ତ କରିବେ। ଏହି ସମୟରେ ଶାଜାପୁର ଜିଲାର କାଲାପିପଲ ବିଧାନସଭା ନିର୍ବାଚନମଣ୍ଡଳୀରେ ରାହୁଲ ଗାନ୍ଧୀ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ। ଏଥିରେ ସେ ମଧ୍ୟପ୍ରଦେଶ ସରକାରଙ୍କୁ ଦୁର୍ନୀତି ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଟାର୍ଗେଟ୍‌ କରିପାରନ୍ତି। ଏହି ସାଧାରଣ ସଭାରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ରାଜ୍ୟ ସଭାପତି କମଳ ନାଥ, ମଧ୍ୟପ୍ରଦେଶ ପ୍ରଭାରୀ ରଣଦୀପ ସିଂ ସୁରଜେୱାଲାଙ୍କ ସମେତ ବହୁ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟ ଅଧିକାରୀ ସାମିଲ ହେବେ ।

Share