Categories: ଜାତୀୟ

ଫର୍ନିଚର ବଜାରରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୮।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦିଲ୍ଲୀର କୀର୍ତ୍ତିନଗରର ଫର୍ନିଚର ବଜାର ପରିଦର୍ଶନ କରିଛନ୍ତି। ଏନେଇ ରାହୁଲ ଟୁଇଟ୍‌ କରି କହିଛନ୍ତି ଯେ, ଆଜି ଦିଲ୍ଲୀର କୀର୍ତ୍ତିନଗରରେ ଅବସ୍ଥିତ ଏସିଆର ସବୁଠୁ ବଡ ଫର୍ନିଚର ବଜାରକୁ ଯାଇ କାର୍ପେଟର ଭାଇମାନଙ୍କୁ ଭେଟିଲି। ପରିଶ୍ରମୀ ହେବା ବ୍ୟତୀତ, ସେମାନେ ମଧ୍ୟ ଚମତ୍କାର କଳାକାର। ଶକ୍ତି ଏବଂ ସୌନ୍ଦର୍ଯ୍ୟ ଖୋଦନ କରିବାରେ ବିଶେଷଜ୍ଞ। ଆମେ ବହୁତ ବାର୍ତ୍ତାଳାପ କଲୁ, ତାଙ୍କ ଦକ୍ଷତା ବିଷୟରେ ଟିକିଏ ଜାଣିବାକୁ ପାଇଲୁ ଏବଂ ଶିଖିବାକୁ ଚେଷ୍ଟା କଲୁ। ରାହୁଲ ଗାନ୍ଧୀଙ୍କ ଆଉ କିଛି ଫଟୋ କଂଗ୍ରେସର ଅଫିସିଆଲ ହ୍ୟାଣ୍ଡଲ ଏକ୍ସରେ ଶେୟାର କରାଯାଇଥିଲା। ଏହି ପୋଷ୍ଟରେ ଲେଖାଯାଇଛି ଯେ, ଭାରତ ଯୋଡୋ ଯାତ୍ରା ଜାରି ରହିଛି।

ଗତ ସେପ୍ଟେମ୍ବର ୨୧ରେ ରାହୁଲ ଗାନ୍ଧୀ ଦିଲ୍ଲୀର ଆନନ୍ଦ ବିହାର ଷ୍ଟେଶନରେ କୁଲିଙ୍କୁ ଭେଟିଥିଲେ। ନିକଟରେ ସେ ଛତିଶଗଡରେ ପହଞ୍ଚିବା ପରେ ଏକ ସାଧାରଣ ଟ୍ରେନରେ ଯାତ୍ରା କରିଥିଲେ ଏବଂ ଏହି ସମୟରେ ସେ ଲୋକଙ୍କୁ ଭେଟିଥିଲେ।

Share