ନୂଆଦିଲ୍ଲୀ,୧୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚଳିତ ମାସରେ ବ୍ରିଟେନ ଗସ୍ତରେ ଯାଇ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ବିଜ୍ନେସ୍ ସ୍କୁଲରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ରାହୁଲ ତାଙ୍କ ପୂର୍ବତନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ସହ ସେଠାରେ ରାଜନୀତି, ଅନ୍ତର୍ଜାତୀୟ ସମ୍ପର୍କ ଏବଂ ଗଣତନ୍ତ୍ର ଉପରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ବକ୍ତୃତା କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଛନ୍ତି। ରାହୁଲଙ୍କୁ ସ୍ବାଗତ କରିବାରେ ଆମେ ଖୁସି ବୋଲି କେମ୍ବ୍ରିଜ୍ ଜଜ୍ ବିଜ୍ନେସ ସ୍କୁଲ୍ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଛି।