Categories: ଜାତୀୟ

କଂଗ୍ରେସ ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ

ଥିରୁଭାନନ୍ତପୁରମ୍‌,୧୮।୫: ନିକଟରେ କଂଗ୍ରେସ ଦଳର ଚିନ୍ତନ ଶିବିର ରାଜସ୍ଥାନରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଦଳରେ ଅନେକ ପରିବର୍ତ୍ତନ ଆଣିବା ପାଇଁ ସଂକଳ୍ପ ପାରିତ ହୋଇଥିଲା। ସେଥିମଧ୍ୟରେ ପାର୍ଟିରେ ୫୦ ପ୍ରତିଶତ ପଦବୀ ଯୁବକମାନଙ୍କୁ ଦିଆଯିବା ନେଇ ଏକ ପ୍ରସ୍ତାବ ମଧ୍ୟ ଥିଲା। ଏନେଇ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର କହିଛନ୍ତି, ଦଳର ଅଧ୍ୟକ୍ଷ ପାଇଁ କାର୍ଯ୍ୟକର୍ତ୍ତାଙ୍କ ପ୍ରଥମ ପସନ୍ଦ ହେଉଛି ରାହୁଲ ଗାନ୍ଧୀ। ତିନି ଦିନିଆ ଚିନ୍ତନ ଶିବିରରେ ଦଳକୁ ସଙ୍କଟରୁ ହଟାଇବା ନେଇ ଚର୍ଚ୍ଚା ହୋଇଛି। ଦେଖାଯାଉ ଏହାର ଫଳାଫଳ କଣ ରହୁଛି।
ସୂଚନାଯୋଗ୍ୟ, ଥିରୁଭାନନ୍ତପୁରମ୍‌ର ଏମ୍‌ପି ଥିବା ଥରୁର ମଧ୍ୟ ଜି୨୩ର ଅଂଶ ଅଛନ୍ତି। ଜି୨୩କୁ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ନେଇ ଗଠିତ। ଏଥିରେ ସାମିଲ ନେତାମାନେ ପାର୍ଟି ଗଠନକୁ ପରିବର୍ତ୍ତନ କରିବା ପାଇଁ ସୋନିଆ ଗାନ୍ଧୀଙ୍କୁ ଲେଖିଥିଲେ। ୨୦୧୯ ମସିହାରେ ସାଧାରଣ ନିର୍ବାଚନରେ ଖରାପ ପ୍ରଦର୍ଶନ ପରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ଭାବେ ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଇଥିଲେ।

Share