Categories: ଜାତୀୟ

ଭାରତ ଯୋଡୋ ଯାତ୍ରାରେ କର୍ନାଟକର ବେଲ୍ଲୋରିରେ ରାହୁଲ ଗାନ୍ଧୀଙ୍କ ବିଶାଳ ରାଲି

ନୂଆଦିଲ୍ଲୀ,୧୫ ।୧୦: କଂଗ୍ରେସର ଭାରତ ଯୋଡୋ ଯାତ୍ରା ଜାରି ରହିଛି । ଇତିମଧ୍ୟରେ ଶନିବାର କର୍ନାଟକର ବେଲ୍ଲୋରିରେ କଂଗ୍ରେସର ବିଶାଳ ରାଲି ହେବାକୁ ଯାଉଛି । କଂଗ୍ରେସର ଏହି ଭାରତ ଯୋଡୋ ଯାତ୍ରା ୧୦୦୦ କିଲୋମିଟର ଅତିକ୍ରମ କରି ସାରିଲାଣି । ଭାରତ ଯୋଡୋ ଯାତ୍ରାରେ ପ୍ରାୟ ୧୦୦୦ କିଲୋମିଟର ଯାତ୍ରା କରିବା ପରେ ଶନିବାର ବେଲ୍ଲୋରିରେ ରାହୁଲ ଏକ ବିଶାଳ ରାଲିରେ ସମ୍ବୋଧନ ଦେବେ ।
ସୂଚନାଯୋଗ୍ୟ, କଂଗ୍ରେସର ଏହି ଯାତ୍ରା ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି । ଶନିବାର ଏହା ୩୮ ଦିନରେ ପହଞ୍ଚଛି । ଏହି ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସମେତ ଅନ୍ୟ ନେତାମାନେ ପ୍ରାୟ ୩୫୭୦ କିଲୋମିଟର ଯାତ୍ରା କରିବେ ।
ଶନିବାର କର୍ନାଟକରେ ଆୟୋଜିତ ଯାତ୍ରରେ ରାହୁଲଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସାମିଲ ହେବେ । ଏହାସହ କେତେଜଣ ପ୍ରଦେଶ ଅଧ୍ୟକ୍ଷ ଓ ବିଧାୟକ ଦଳର ନେତାବି ସାମିଲ ହେବେ । ତେବେ ବେଲ୍ଲୋରି କଂଗ୍ରେସର ଗଡ ବୋଲି କୁହାଯାଉଥିବା ବେଳେ ଏବେ ଏଠାକାର ଭାରତ ଯୋଡୋ ଯାତ୍ରାର ଗୁରୁତ୍ୱ ରହିଥିବା କୁହାଯାଉଛି ।

Share