ରାଏବରେଲି,୪।୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଏବରେଲି ଲୋକ ସଭା ଆସନରୁ ୨୦୧୯ରେ ମା’ ସୋନିଆ ଗାନ୍ଧୀଙ୍କ ବିଜୟ ବ୍ୟବଧାନଠାରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।
ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ରାଏବରେଲିରୁ ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ରାହୁଲ ଅପରାହ୍ନ ଯାଏ ନିଜର ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ଭାଜପାର ଦିନେଶ ପ୍ରତାପ ସିଂଙ୍କଠାରୁ ୨,୨୨,୨୧୯ ଭୋଟରେ ଆଗୁଆ ଅଛନ୍ତି। ଏହା ୨୦୧୯ରେ ସୋନିଆଙ୍କ ବିଜୟ ଅନ୍ତରଠାରୁ ଅଧିକ।
ଗତ ଲୋକ ସଭା ନିର୍ବାଚନରେ ରାଏବରେଲିରୁ ୧,୬୭,୧୭୮ ଭୋଟରେ ବିଜେତା ହୋଇଥିଲେ ସୋନିଆ। ଗତ ଥର ଭାଜପା ପ୍ରାର୍ଥୀ ପ୍ରତାପ ସିଂ ଦ୍ୱିତୀୟ ସ୍ଥାନରେ ରହିଥିଲେ। ତାଙ୍କୁ ୩,୬୭,୭୪୦ ଭୋଟ ମିଳିଥିଲା।