Categories: ଜାତୀୟ

ସୀତାପୁରରେ ପହଞ୍ଚିଲେ ରାହୁଲ

ଲକ୍ଷ୍ନୌ,୬।୧୦: କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚାନ୍ନି ବୁଧବାର ସନ୍ଧ୍ୟାରେ ସୀତାପୁରରେ ପହଞ୍ଚିଛନ୍ତି। ସେମାନେ ସେଠାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବେ। ଗତ ସୋମବାରଠାରୁ ପ୍ରିୟଙ୍କାଙ୍କୁ ସେଠାରେ ଅଟକ ରଖଯାଇଛି। ଆଶା କରାଯାଉଛି, କଂଗ୍ରେସ ନେତାମାନେ ଲଖିମପୁର ଖେରି ଅଞ୍ଚଳକୁ ଯାଇ ହିଂସାର ପୀଡ଼ିତଙ୍କ ପରିବାରକୁ ସାକ୍ଷାତ୍‌ କରିବେ।

ରାହୁଲଙ୍କ ସମେତ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ଲକ୍ଷ୍ନୌର ବିମାନ ବନ୍ଦରରେ ଅଟକ ରଖାଯାଇଥିଲା। ପରେ ଉତ୍ତରପ୍ରବେଶ ପୋଲିସ ଏଆଇସିସି ସମ୍ପାଦିକା ପ୍ରିୟଙ୍କାଙ୍କ ସମେତ କଂଗ୍ରେସ ନେତାଙ୍କୁ ଲଖିମପୁର ଖେରି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦେଇଛି। ତେବେ ଅଞ୍ଚଳରେ ୧୪୪ ଧାରା ଜାରି ଥିବାରୁ କଂଗ୍ରେସ ନେତାଙ୍କୁ ମାତ୍ର ୫ ଜଣିଆ ଗ୍ରୁପ୍‌ରେ ଗସ୍ତ କରିବାକୁ ଅନୁମତି ଦିଆଯାଇଛି।

Share