Categories: ଜାତୀୟ

ବାସଭବନ ଛାଡ଼ିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୨ା୪: ଲୋକ ସଭା ସଦସ୍ୟତା ହରାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ୧୨ ତୋଗଲକ୍‌ ଲେନରେ ଥିବା ସରକାରୀ ବାସଭବନ ଶନିବାର ଖାଲି କରି ଦେଇଛନ୍ତି । ଗତ ୧୪ ତାରିଖରେ କାର୍ଯ୍ୟାଳୟ କାଗଜପତ୍ର ସହ ନିଜର କିଛି ସାମଗ୍ରୀ ମାଆ ସୋନିଆ ଗାନ୍ଧୀଙ୍କ ବାସଭବନକୁ ଶିଫ୍ଟ କରି ଦେଇଥିଲେ। ଶୁକ୍ରବାର ମଧ୍ୟ ରାହୁଲ ଆଉ କିଛି ଆସବାବପତ୍ର ନେଇଯାଇଥିଲେ। ତେବେ ଆଜି ବାସଭବନ ପୂରା ଖାଲି କରିଛନ୍ତି।

ସୂଚନାଯୋଗ୍ୟ, ସଭ୍ୟ ପଦ ରଦ୍ଦ ହେବା ପରେ ଏପ୍ରିଲ ୨୨ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ରାହୁଲଙ୍କୁ କୁହାଯାଇଥିଲା। ଗତ ୧୪ ତାରିଖରେ ସେ ତାଙ୍କ କାର୍ଯ୍ୟାଳୟ ଓ କେତେକ ବ୍ୟକ୍ତିଗତ ଆସବାବପତ୍ର ସ୍ଥାନାନ୍ତର କରିଥିଲେ। ରାହୁଲ ୨ ଦଶନ୍ଧି ହେଲା  ୧୨, ତୋଗଲକ ଲେନ୍‌ସ୍ଥିତ ସରକାରୀ ବାସଭବନରେ ରହିଆସୁଥିଲେ। ଯେଉଁ ବାସଭବନ ତାଙ୍କୁ ଏମ୍‌ପି ଭାବେ ମିଳିଥିଲା ।

Share