ନୂଆଦିଲ୍ଲୀ,୧୭।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ। ଦଳ ପକ୍ଷରୁ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଗୁରୁବାର ଏବଂ ଶୁକ୍ରବାର ଦିନ ଦୁଇ ଦିନିଆ ଲଦାଖ ଗସ୍ତରେ ଯିବେ।
ସୂଚନାଯୋଗ୍ୟ, ପୂର୍ବରୁ ରାହୁଲ ଦୁଇଥର ଜମ୍ମୁ କଶ୍ମୀର ଗସ୍ତ କରିଥିଲେ, କିନ୍ତୁ ସେ ଲଦାଖ ଯାଇପାର ନ ଥିଲେ। ଚଳିତ ବର୍ଷ ଜାନୁଆରୀରେ ରାହୁଲ ଭାରତ ଯୋଡୋ ଯାତ୍ରା ସମୟରେ ଜମ୍ମୁ କଶ୍ମୀର ଗସ୍ତ କରିଥିଲେ। ଏହା ପରେ ଫେବୃଆରୀରେ ସେ ପୁଣି ଥରେ ବ୍ୟକ୍ତିଗତ ଗସ୍ତରେ ଜମ୍ମୁ କଶ୍ମୀର ଯାଇଥିଲେ।
ଦଳ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୟୁରୋପ ଗସ୍ତରେ ଯାଇପାରନ୍ତି। ତାଙ୍କର ଏହି ଗସ୍ତରେ ସେ ତିନୋଟି ଦେଶ ବେଲଜିୟମ, ନରୱେ ଏବଂ ଫ୍ରାନ୍ସକୁ ଯାତ୍ରା କରିବେ। ସୂଚନାନୁସାରେ, ଏହି ସମୟରେ ରାହୁଲ ଗାନ୍ଧୀ ୟୁରୋପୀୟ ୟୁନିଅନର ସାଂସଦ, ଭାରତୀୟ ବିଦେଶୀ ତଥା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଭେଟିବେ।