Categories: ଜାତୀୟ

ମାଆ ସୋନିଆଙ୍କ ଘରକୁ ସିପ୍ଟ ହେବେ ରାହୁଲ!

ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖୁବ ଶୀଘ୍ର ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ୧୦ ଜନପଥରେ ଥିବା ଘରକୁ ସିପ୍ଟ ହେବେ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ରାହୁଲଙ୍କ ଜିନିଷପତ୍ର ସୋନିଆ ଗାନ୍ଧୀଙ୍କ ଘରକୁ ସିପ୍ଟ ହେବା ଆରମ୍ଭ ହୋଇଯାଇଛି। ଏପଟେ ରାହୁଲଙ୍କ ଅଫିସର କାମ ପାଇଁ ନୂଆ ଘର ଖୋଜା ଚାଲିଛି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷଙ୍କ ଲୋକ ସଭା ସଦସ୍ୟତା ରଦ୍ଦ ହେବା ପରେ ରାହୁଲଙ୍କୁ ସରକାରୀ ଘର ଖାଲି କରିବାକୁ ନୋଟିସ ମିଳିଥିଲା।

ଏହି ନୋଟିସର ଜବାବରେ ରାହୁଲ ସରକାରଙ୍କ ବିରୋଧରେ ଯାଇଥିଲେ। ସେ ଲେଖିଥିଲେ, ୨୦୦୪ରୁ ମୁଁ ଏହି ଘରେ ରହିଆସୁଛି। ସେଥିପାଇଁ ଏହି ଘର ସହ ମୋର ଅନେକ ସ୍ମୃତି ରହିଛି। ହେଲେ ଆପଣ ଯେଉଁ ସନ୍ଦର୍ଭରେ ମୋତେ ଏହି ପତ୍ର ଲେଖିଛନ୍ତି ମୁଁ ଉଚିତ ସମୟରେ ଘର ଛାଡିଦେବି। ରାହୁଲଙ୍କ ଏହି ପତ୍ର ପରେ କଂଗ୍ରେସ ଦଳର ଅନେକ କର୍ମୀ ଓ ନେତା ରାହୁଲଙ୍କୁ ଘର ଦେବାକୁ ଦାବି କରିଥିଲେ। ଏଥିରେ ସବୁଠାରୁ ଆଗରେ ଥିଲା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ନାମ। ସେ କହିଥିଲେ ରାହୁଳ ଯଦି ଚାହିଁବେ ତେବେ ସେ ତାଙ୍କ ମାଆଙ୍କ ସହ ରହିପାରିବେ।

Share