Categories: ଜାତୀୟ

ରାହୁଲଙ୍କ ଲେଉଟାଣିକୁ ନେଇ କଂଗ୍ରେସ ଖୁସି ହେଲେ ୩ ବଡ ନେତା ଦୁଃଖି: ସୁଶୀଲ ମୋଦି

ନୂଆଦିଲ୍ଲଈ,୭।୮: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକ ସଭା ସଦସ୍ୟତା ଫେରାଇ ଦିଆଯାଇଛି। ‘ମୋଦୀ ସରନେମ’ ମାମଲାରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶକୁ ନେଇ ନିଷ୍ପତ୍ତି ଶୁଣାଇବା ପରେ ଲୋକ ସଭା ସଚିବାଳୟ ୱାୟାନାଡ ଏମପି ରାହୁଲ ଗାନ୍ଧୀଙ୍କ ସଦସ୍ୟତା ଫେରାଇ ଆଣିଛି। ସଦସ୍ୟତା ପୁନଃସ୍ଥାପିତ ପରେ ରାହୁଲ ମଧ୍ୟ ପାର୍ଲାମେଣ୍ଟରେ ପହଞ୍ଚିଥିଲେ। ସେ ପହଞ୍ଚିବା ମାତ୍ରେ ପ୍ରଥମେ ଗାନ୍ଧୀ ପ୍ରତିମୂର୍ତ୍ତିକୁ ପ୍ରଣାମ କରିଥିଲେ। ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିଷୟରେ ରାଜନୀତି ଆରମ୍ଭ ହୋଇଛି। ଏହାର ଜବାବରେ  ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ସୁଶୀଲ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟାବର୍ତ୍ତନରେ କଂଗ୍ରେସ କର୍ମୀମାନେ ଖୁସି ହୋଇପାରନ୍ତି, କିନ୍ତୁ ସେମାନଙ୍କର ସହଯୋଗୀମାନେ ଦୁଃଖିତ। ସେ ୩ ନେତାଙ୍କ ନାମ ନେଇ କହିଛନ୍ତି ଯେ ଶରଦ ପାୱାର, ମମତା ବାନାର୍ଜୀ ଏବଂ ନୀତୀଶ କୁମାର ଅସନ୍ତୁଷ୍ଟ। ସେମାନଙ୍କ ସ୍ବପ୍ନ ଭାଙ୍ଗି ଯାଇଛି ବୋଲି ସୁଶୀଲ କୁମାର ମୋଦୀ କହିଛନ୍ତି।

Share