Categories: ଜାତୀୟ

ବଡ଼ ପ୍ରତିଶ୍ରୁତି ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୬।୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ରାଞ୍ଚିରେ ସେ କହିଛନ୍ତି,ଯଦି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହୁଏ ତେବେ ସାରା ଦେଶରେ ଜାତିଭିତ୍ତିକ ଜନଗଣନା କରାଯିବ ଏବଂ ସଂରକ୍ଷଣ ଉପରେ ୫୦ ପ୍ରତିଶତ ସୀମା ହଟାଯିବ।
ରାଞ୍ଚିର ଶହୀଦ ମଇଦାନରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ଅନ୍ତର୍ଗତ ଆୟୋଜିତ ମଣିପୁର-ଟୁ-ମହାରାଷ୍ଟ୍ର ଭାରତ ସମାବେଶକୁ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସର ପୂର୍ବତନ ସଭାପତି କହିଛନ୍ତି, ଯେତେବେଳେ ଜାତିଭିତ୍ତିକ ଜନଗଣନା ପାଇଁ ଦାବି ବଢିଥିଲା ଏବଂ ଓବିସି, ଦଳିତ ତଥା ଆଦିବାସୀଙ୍କୁ ଅଧିକାର ଦେବାର ସମୟ ଆସିଥିଲା, ସେତେବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜାତି ନାହିଁ, କିନ୍ତୁ ଭୋଟ ଦେବାର ସମୟ ଆସିଲେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ସେ ଓବିସିର ଅଟନ୍ତି।
ରାହୁଲ ଅଭିଯୋଗ କରିଛନ୍ତି ଯେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ହୋଇଥିବାରୁ ଭାଜପା ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ସରକାରକୁ ହଟାଇବାକୁ ଚେଷ୍ଟା କରିଛି।

Share