ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ’ମୋଦି ସରନେମ’ ମାନହାନି ମାମଲାରେ ତାଙ୍କୁ ହୋଇଥିବା ୨ ବର୍ଷର ସଜା ବିରୋଧରେ ଏପ୍ରିଲ ୩ରେ ସେ ସୁରଟ କୋର୍ଟକୁ ଯାଇପାରନ୍ତି। ରାହୁଲଙ୍କୁ ନିକଟରେ ସୁରଟ କୋର୍ଟ ମୋଦି ସରନେମ ମାନହାନି ମାମଲାରେ ସଜା ଶୁଣାଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଉକ୍ତ ରାୟକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ପ୍ରସ୍ତୁତ ହୋଇ ସାରିଛି। ଖୁବଶୀଘ୍ର ଏହି ଆବେଦନକୁ ରାହୁଲ କୋର୍ଟରେ ଦାଖଲ କରିବେ।
ସୂଚନାଯୋଗ୍ୟ, ୨୦୧୯ରେ ରାହୁଲ ଗାନ୍ଧୀ ‘ମୋଦି ସରନେମ’କୁ ନେଇ କରିଥିବା ଟିପ୍ପଣିକୁ ନେଇ ସୁରଟର ଏକ କୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୨୩ରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ସଜା ଶୁଣାଇଛନ୍ତି। ଏହି ସଜା ପରେ ରାହୁଲଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରାଯାଇଛି ଓ ତାଙ୍କର ସଦସ୍ୟତାକୁ ରଦ୍ଦ କରି ଦିଆଯାଇଛି। ଏହାପରଠାରୁ କଂଗ୍ରେସର ପ୍ରାୟ ସମସ୍ତ ନେତା ଭାଜପା ବିରୋଧରେ କହିବା ଆରମ୍ଭ କରିଛନ୍ତି।