Categories: ଜାତୀୟ

୨୦୨୪ ନିର୍ବାଚନରେ ରାହୁଲ ନେବେ ନାହିଁ ନେତୃତ୍ୱ!

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ନେତାମାନେ ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀକୁ ନେତୃତ୍ୱ ପରିବର୍ତ୍ତନକୁ ନେଇ ଲେଖିଥିବା ଚିଠି ପରେ ଦଳରେ ଆରମ୍ଭ ହୋଇଥିବା ଭିତିରି କଳି ସାମ୍ନାକୁ ଆସିଯାଇଛି। ଏହି ଚିଠିକୁ ନେଇ ରାହୁଲ କଂଗ୍ରେସ ନେତାଙ୍କୁ ଦୋଷାରୋପ କରିବା ସହ ଏମାନେ ଭାରତୀୟ ଜନତା ପାର୍ଟି(ଭାଜପା) ସମ୍ପର୍କରେ ଥିବା କହିବା ପରେ ଆରମ୍ଭ ହୋଇଛି କଳି। ଏବେ ଏହି ନେତାଙ୍କ ମଧ୍ୟରୁ ଜଣେ କହିଛନ୍ତି ଲଗାତାର ଦୁଇଟି ନିର୍ବାଚନ ହାରିବା ପରେ ରାହୁଲ ଗାନ୍ଧୀ ଦଳକୁ ପୁଣିଥରେ ଠିଆ କରାଇବାକୁ ସବୁଠାରୁ ଉପଯୁକ୍ତ ସଦସ୍ୟ ନୁହେଁ। ସୂଚନାଯୋଗ୍ୟ, କେତେଜଣ ନେତା ପୁଣିଥରେ ରାହୁଲଙ୍କୁ ଦଳର ଅଧ୍ୟକ୍ଷ କରିବାକୁ କହୁଥିବା ବେଳେ ଆଉ କେତେଜଣ ଏହାକୁ ବିରୋଧ କରୁଛନ୍ତି। ହେଲେ ରାହୁଲଙ୍କ ଉପରେ ଅଭିଯୋଗ ଆଣିଥିବା କଂଗ୍ରେସ ନେତା କହିଛନ୍ତି, ଆମକୁ ଲାଗୁନାହିଁ ୨୦୨୪ ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳ ୪୦୦ ଆସନରେ ଜିତି ପାରିବା ଭଳି। କାରଣ ୨୦୧୯ ଲୋକସଭା ନିର୍ବାଚନରେ ଦଳ ଯେଉଁଭଳି ଫଳାଫଳ କଲା ତାକୁ ଦୃଷ୍ଟିରେ ରଖି ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଓ ସୋନିଆ ଗାନ୍ଧୀ ଅସ୍ଥାୟୀ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ।

Share