Categories: ଜାତୀୟ

ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ରାଞ୍ଚି,୫।୨: ଝାଡଖଣ୍ଡରେ ଚମ୍ପାଇ ସୋରେନଙ୍କ ସରକାର ଫ୍ଲୋର ଟେଷ୍ଟ ପାସ କରିଛନ୍ତି। ଏହି ସମୟରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି। ହେମନ୍ତ ସୋରେନଙ୍କ ବାସଭବନରେ ଏହି ସାକ୍ଷାତ ହୋଇଛି। କଂଗ୍ରେସ ମଧ୍ୟ ରାଜ୍ୟରେ ମହାଗଠବନ୍ଧନ ସରକାରର ଏକ ଅଂଶ। ଏକ୍ସରେ ଏହି ସାକ୍ଷାତର ଫଟୋ ଶେୟାର କରି କହିଛି ଯେ, ଆମେ ସମସ୍ତେ ଏକଜୁଟ ହୋଇ ନ୍ୟାୟର ସଂଗ୍ରାମ ଜାରି ରଖିବୁ, ଲୋକଙ୍କ ସ୍ବର ଉତ୍ତୋଳନ କରିବୁ। ଘୃଣା ହରିବ ଏବଂ ଭାରତ ଜିତିବ ।

ଫ୍ଲୋର ଟେଷ୍ଟରେ ସଫଳତା ପରେ କଂଗ୍ରେସ କହିଛି, ଝାଡଖଣ୍ଡ ଏକଛତ୍ରବାଦୀ ଶାସନର ଅହଂକାରକୁ ଭାଙ୍ଗି ଦେଇଛି। ଭାରତ ଜିତିଛି, ଲୋକମାନେ ଜିତିଛନ୍ତି। ଇଣ୍ଡିଆ ମେଣ୍ଟ ସରକାର ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟରେ ଆସ୍ଥା ଭୋଟରେ ପାସ କରିଛନ୍ତି।

Share