Advertisement
Categories: ଜାତୀୟ

କାର୍ଗିଲରେ ଯବାନଙ୍କ ସହ ଫଟୋ ଉଠାଇଲେ ରାହୁଲ

ନୂଆଦିଲ୍ଲୀ,୨୪।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ସେ ଗୁରୁବାର ତାଙ୍କର ଭ୍ରମଣର ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁଥିରେ ସେ କାର୍ଗିଲରେ ଯବାନଙ୍କ ସହ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଶେୟାର କରି ଦେଶର ସୀମା ରକ୍ଷା କରୁଥିବା ଏହି ସାହସୀ ଯବାନମାନଙ୍କୁ କଂଗ୍ରେସ ଏମ୍‌ପି ପ୍ରଶଂସା କରିଛନ୍ତି।

କ୍ୟାପଶନରେ ରାହୁଲ ଗାନ୍ଧୀ ଲେଖିଛନ୍ତି, ଆମ ସୀମାରେ ଭାରତ ମାତାର ସାହସୀ ସନ୍ତାନମାନେ ଠିଆ ହୋଇଛନ୍ତି। ସେମାନେ ଭାରତ ମାତା ପାଇଁ କୌଣସି ଆହ୍ବାନର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share