Categories: ଜାତୀୟ

‘ମୋଦି’ ସରନେମ ମାମଲାରେ ରାହୁଲଙ୍କୁ ମିଳିପାରେ ଆଶ୍ୱସ୍ତି, ଆଜି ସୁରଟ କୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୨୦।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ମୋଦି’ ସରନେମକୁ ଦେଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଗୁରୁବାର ସୁରଟର ଏକ କୋର୍ଟ ରାୟ ଶୁଣାଇବେ। ସୂଚନାନୁସାରେ,କଂଗ୍ରେସ କର୍ମୀମାନେ ଆଶାବାଦୀ ଅଛନ୍ତି, ଆଜିର ନିଷ୍ପତ୍ତିରେ ରାହୁଲଙ୍କୁ ଆଶ୍ୱସ୍ତି ମିଳିବାର ସମ୍ଭାବନା ପ୍ରକାଶ ପାଇଛି।

ଗତ ମାସରେ ଦେଶର ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ଯେତେବେଳେ ସୁରଟର ଏକ କୋର୍ଟ ‘ମୋଦି’ ଉପନାମ ସହ ଜଡିତ ଏକ ମାମଲାରେ କଂଗ୍ରେସ ନେତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ସର୍ବାଧିକ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ତାଙ୍କୁ ଦଣ୍ଡିତ କରିବା ପରେ ଲୋକ ସଭାର ଅଧିନିୟମ ଅନୁଯାୟୀ ତାଙ୍କ ସଂସଦ ସଦସ୍ୟତା ମଧ୍ୟ ରଦ୍ଦ କରାଯାଇଥିଲା। ଯଦି ଆଜିର ନିଷ୍ପତ୍ତିରେ ଦୋଷୀ ସାବ୍ୟସ୍ତ ନ ହୁଅନ୍ତି, ତେବେ ରାହୁଲ ଗାନ୍ଧୀଙ୍କ ଲୋକ ସଭାର ସଦସ୍ୟତା ଫେରିଆସିପାରେ।

Share