Categories: ଜାତୀୟ

ମାନହାନି ମାମଲା: ଝାଡଖଣ୍ଡ ହାଇକୋର୍ଟରୁ ରାହୁଲଙ୍କୁ ଆଶ୍ୱସ୍ତି

ରାଞ୍ଚି,୪।୭: ମାନହାନି ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଝାଡଖଣ୍ଡ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ସୂଚନାଯୋଗ୍ୟ, ହାଇକୋର୍ଟ ମଙ୍ଗଳବାର ଶୁଣାଣି କରି ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦଣ୍ଡବିଧାନ କାର୍ଯ୍ୟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟ ବର୍ତ୍ତମାନ ୧୬ ଅଗଷ୍ଟରେ ଏହି ମାମଲାର ଶୁଣାଣି କରିବେ। ସୂଚନାଯୋଗ୍ୟ, ୨୦୧୯ରେ ରାହୁଲ ଗାନ୍ଧୀ କର୍ନାଟକରେ ଏକ ସାଧାରଣ ସଭାରେ ‘ମୋଦି’ ଉପନାମକୁ ନେଇ କହିଥିଲେ। ରାହୁଲଙ୍କ ଏଭଳି ବିବୃତ୍ତି ପରେ ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଥିଲା।

Share