Categories: ଜାତୀୟ

ଖୁବ୍‌ଶୀଘ୍ର ନୂଆ ଘରକୁ ସିଫ୍ଟ ହେବେ ରାହୁଲ

ନୂଆଦିଲ୍ଲୀ,୧୨।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୀଘ୍ର ଏକ ନୂଆ ଘର ମିଳିପାରେ। ସୂଚନାନୁସାରେ, ରାହୁଲ ଗାନ୍ଧୀଙ୍କ ପାଇଁ ଏକ ନୂଆ ଘର ଖୋଜିବା ଶେଷ ହୋଇଛି। ଖୁବ୍‌ଶୀଘ୍ର ସେ ନୂଆ ଘରକୁ ସିଫ୍ଟ କରିବେ। ଯେଉଁ ଘରକୁ ରାହୁଲ ଗାନ୍ଧୀ ସିଫ ହେବାକୁ ଯାଉଛନ୍ତି, ତାହା କଂଗ୍ରେସର ନେତା ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶୀଲା ଦୀକ୍ଷିତଙ୍କର ଅଟେ।

ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ଶୀଲା ଦୀକ୍ଷୀତଙ୍କ ନିଜାମୁଦ୍ଦିନ ଇଷ୍ଟ ଫ୍ଲାଟକୁ ସିଫ୍ଟ ହୋଇପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଶୀଲା ଦୀକ୍ଷିତଙ୍କ ପୁଅ ସନ୍ଦୀପ ଦୀକ୍ଷିତ ଏହି ଘରେ ରହୁଥିଲେ, କିନ୍ତୁ ବର୍ତ୍ତମାନ ସେ ତାଙ୍କ ମାଉସୀ ଘରକୁ ସିଫ୍ଟ ହେବାକୁ ଯାଉଛନ୍ତି।

ସୂଚନାନୁସାରେ, ରାହୁଲ ଗାନ୍ଧୀ ଏହି ଘରକୁ ପସନ୍ଦ କରିଛନ୍ତି ଏବଂ ଏହି ଘର ବାବଦକୁ ଭଡା ମଧ୍ୟ ଦେବେ। ଅର୍ଥ ରାହୁଲ ଗାନ୍ଧୀ ବର୍ତ୍ତମାନ ଏକ ଭଡା ଘରେ ରହିବେ। ରାଜନୀତିରେ ପ୍ରବେଶ କରିବା ପରେ ଏହା ପ୍ରଥମ ଥର ହେବ ଯେତେବେଳେ ସେ ଏକ ଭଡା ଘରେ ରହିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ସରକାରୀ ଘୋଷଣା କରାଯାଇନାହିଁ।

 

Share