Categories: ଜାତୀୟ

ଇନଷ୍ଟାଗ୍ରାମରେ ନିଜକୁ ଅପରାଧି ବୋଲି କହିଲେ ରାହୁଲ

ନୂଆଦିଲ୍ଲୀ,୧୨ ।୮: ଟୁଇଟରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କେତେଜଣ ନେତାଙ୍କ ଆକାଉଣ୍ଟ ଲକ୍ ହେବା ପରେ ବି ସେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏବେ ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ବ୍ୟବହାର କରି ସଦ୍ୟ ପୋଷ୍ଟ କରିଛନ୍ତି, ଡରୋ ମତ, ସତ୍ୟମେବ ଜୟତେ । ଏହାସହ କିଛି ସ୍ଲାଇଡ ବି ସେ ପୋଷ୍ଟ କରିଛନ୍ତି । ଅନ୍ୟପଟେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟରରେ ହିଁ ଟୁଇଟର ଉପରେ ବର୍ଷିଛନ୍ତି । ଏପଟେ ରାହୁଲ ଗାନ୍ଧୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯଦି କାହା ପ୍ରତି ଦୟା ବା ସହାନୁଭୁତି ଦେଖାଇବା ଅପରାଧ ତେବେ ମୁଁ ଅପରାଧି । ଯଦି ବଳାତ୍କାର, ହତ୍ୟା ପୀଡ଼ିତଙ୍କ ପାଇଁ ନ୍ୟାୟ ମାଗିବା ଭୁଲ ତେବେ ମୁଁ ଦୋଷୀ । ସେ କହିଛନ୍ତି ମୋତେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲକ୍ କରାଯାଇପାରେ । କିନ୍ତୁ ଲୋକଙ୍କ ପାଇଁ ମୁଁ ସବୁବେଳେ ସ୍ୱର ଉଠାଇବି । ସୂଚନାଯୋଗ୍ୟ, ଏବେ ଟୁଇଟର ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଲକ୍ କରିବା ପରେ ରାଜନୀତି ହୋଇଛି ସରଗରମ ।

Share