ନୂଆଦିଲ୍ଲୀ,୧୦ ।୯: ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାକୁ ନେଇ ଜନପଥରେ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିପକ୍ଷ ପଥକୁ ନେଇ ଚାଲିବା ଆରମ୍ଭ କରି ସାରିଛନ୍ତି । ନୀତୀଶ କୁମାର ସମେତ ବିରୋଧୀ ଦଳ ନେତାଙ୍କ ଠାରୁ ସବୁଜ ସଙ୍କେତ ପାଇ ସାରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡିଆ ଗେଟରେ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ସେଣ୍ଟ୍ରାଲ ଭିଷ୍ଟାକୁ ଲୋକାର୍ପଣ ଓ ରାଜପଥର ନାମ ପରିବର୍ତ୍ତନ କରି କର୍ତ୍ତବ୍ୟ ପଥ କରି ବିରୋଧୀଙ୍କ ସାମ୍ନାରେ ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ଏକ ଲମ୍ବା ଲାଇନ ଟାଣି ଦେଇଛନ୍ତି ।
ଆଗାମୀ ଦିନରେ ରାହୁଲ ଗାନ୍ଧୀଙ୍କ ଜନପଥ ଓ ନୀତୀଶ କୁମାରଙ୍କ ବିପକ୍ଷ ପଥର ନରେନ୍ଦ୍ର ମୋଦିଙ୍କ କର୍ତ୍ତବ୍ୟ ପଥ ସହ କଡା ରାଜନୈତିକ ଟକ୍କର ଦେଖିବାକୁ ମିଳିବ । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ତ୍ତବ୍ୟ ପଥରୁ ବିଦେଶୀ ଦାସତ୍ୱର ଚିହ୍ନ ହଟାଇବାକୁ ନୂଆ ରାଜନୈତିକ ବିମର୍ଷ ଆରମ୍ଭ ହୋଇଯାଇଛି । ଏହାର ଉଦ୍ଦେଶ୍ୟ ଭାଜପାର ରାଷ୍ଟ୍ରବାଦକୁ ନୂଆ ଧାରା ଦେବା ସହ ଏହି ବିଷୟକୁ ନେଇ କଂଗ୍ରେସ ସମେତ ସମସ୍ତ ବିରୋଧିଙ୍କୁ ପ୍ରଶ୍ନ ଖେରରେ ଠିଆ କରାଇବା ।