Posted inଜାତୀୟ

‘ଆସନକୁ ନେଇ ଆଲୋଚନା ଚାଲିଛି, ଶୀଘ୍ର ସମାଧାନ ହେବ’, ମମତାଙ୍କ ଇଣ୍ଡିଆ ମେଣ୍ଟ ଛାଡିବା ଉପରେ ରାହୁଲଙ୍କ ବୟାନ

ନୂଆଦିଲ୍ଲୀ,୨।୨: ବର୍ତ୍ତମାନ ଲୋକ ସଭା ନିର୍ବାଚନକୁ ଆଉ କିଛି ମାସ ବାକି ଅଛି। ଯେଉଁଠାରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡିଛି। ଅନ୍ୟପକ୍ଷରେ, ଏନଡିଏକୁ ସାମ୍ନା କରିବାକୁ ବିରୋଧୀ ଦଳର ମେଣ୍ଟ ଇଣ୍ଡିଆରେ ଫାଟ ପଡିଯାଇଛି। ପଶ୍ଚିମବଙ୍ଗରେ ତୃଳମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କେବଳ ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବାବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି।

ଇଣ୍ଡିଆ ମେଣ୍ଟ ପାଇଁ ପଶ୍ଚିମବଙ୍ଗ ଅଧିକ ଝଟକା ଦେଇଛି। ଯେଉଁଠାରେ ୪୨ଟି ଲୋକ ସଭା ଆସନ ଅଛି ଏବଂ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି। ଆସନ ବଣ୍ଟନ ଉପରେ ରାଗିଯାଇ ମମତା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମମତାଙ୍କୁ ନେଇ ଦେଇଥିବା ବିବୃତ୍ତି ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ଏଭଳି ଲାଗୁଛି ି ଯେ ସବୁ କିଛି ଠିକ୍‌ ଚାଲିଛି ଏବଂ କଂଗ୍ରେସ ଏବଂ ଟିଏମସି ମଧ୍ୟରେ ବନ୍ଦ କୋଠରୀରେ ଆଲୋଚନା ଚାଲିଥିବା କୁହାଯାଉଛି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହିତ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ଏଠାରେ ସେ ଯୁବକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସମସ୍ୟା ବୁଝିବାକୁୁ ଚେଷ୍ଟା କରୁଛନ୍ତି । ଯୁବକମାନଙ୍କ ସହ କଥାବାର୍ତ୍ତା କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ସେମାନଙ୍କୁ ପ୍ରଶ୍ନ କରିଛନ୍ତି ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପାର୍ଟି ସହିତ ଇଣ୍ଡିଆ ମେଣ୍ଟ ଅଛି। ବର୍ତ୍ତମାନ ତାଙ୍କ ଦଳର ମନୋଭାବ ବଦଳିଛି ଏବଂ ଦଳ ମେଣ୍ଟରୁ ଅଲଗା ହୋଇଥିବାର ଦେଖାଯାଉଛି। ତେବେ ମମତାଙ୍କୁ କାହିଁକି ଏତେ ପ୍ରାଥମିକତା ଦିଆଯାଉଛି?

ଏହାର ଉତ୍ତରରେ ରାହୁଲ କହିଛନ୍ତି, ଆମର ଇଣ୍ଡିଆ ମେଣ୍ଟ ଅଛି। ମମତା ବାନାର୍ଜୀ ନା ଆମେ ଇଣ୍ଡିଆ ମେଣ୍ଟ ଭାଙ୍ଗି ନାହୁଁ। ମମତା ଜୀ ଏହା ମଧ୍ୟ କହିଛନ୍ତି ଯେ, ସେ ମେଣ୍ଟରେ ଅଛନ୍ତି। ଆମେ ଏହା ମଧ୍ୟ କହୁଛୁ ଯେ ଆମେ ମେଣ୍ଟରେ ଅଛୁ। ଆସନ ବାଣ୍ଟିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଚାଲିଛି। ଏହାର ଶୀଘ୍ର ସମାଧାନ ହେବ। ରାହୁଲଙ୍କ ଏହି ବିବୃତ୍ତି ସୂଚାଇ ଦେଉଛି ଯେ କଂଗ୍ରେସ-ଟିଏମସି ମଧ୍ୟରେ ସବୁକିଛି ଠିକ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ମାଟିରୁ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦି

ମସ୍କୋ,୨୨।୧୦: ବ୍ରିକ୍ସ ସମ୍ମିଳନୀ ୨୦୨୪ରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୁଷିଆର କଜାନରେ ପହଞ୍ଚିଛନ୍ତି। କଜାନରେ ପହଞ୍ଚିବା ପରେ ରୁଷୀୟ କଳାକାରମାନେ...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

ଭାରତ-ଚାଇନା ଝଗଡା ଶେଷ, ରୁଷିଆ ସାଥିରେ ଆସିଲେ ପଶ୍ଚିମ ଦେଶର ଦାଦାଗିରି ଶେଷ!

ନୂଆଦିଲ୍ଲୀ,୨୨।୧୦: ଦୀର୍ଘ ୪ ବର୍ଷ ଧରି ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ଉତ୍ତେଜନା ବର୍ତ୍ତମାନ ଶାନ୍ତି ଆଡକୁ ଗତି କରୁଛି। ୨୦୨୦ରେ ଏଲଏସିର ପାଟ୍ରୋଲିଂ...

ଭାଜପାକୁ କେବେ ମିଳିବ ନୂଆ ଅଧ୍ୟକ୍ଷ, ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୨।୧୦: ଗତ କିଛି ମାସ ଧରି ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଥିଲା, କିନ୍ତୁ ଦଳ...

ନିର୍ବାଚନ ଲଢିବେ ଲରେନ୍ସ ବିଷ୍ଣୋଇ? ଜାଣନ୍ତୁ କିଏ ଦେଇଛି ଅଫର୍‌

ମୁମ୍ବାଇ,୨୨।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଉ ଅଧିକ ସମୟ ବାକି ନାହିଁ। ଏହି ସମୟରେ ରାଜନୈତିକ ଦଳର ଏକ ଅଜବ ବିବୃତ୍ତି ସାମ୍ନାକୁ ଆସିଛି।...

ସରକାରଙ୍କ ଚିନ୍ତାଜନକ ତଥ୍ୟ, ସଡ଼କ ଦୁର୍ଘଟଣାରେ ଦିନକୁ ୪୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୦: ୨୦୨୩ରେ ଦେଶରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟାକୁ ନେଇ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। କେନ୍ଦ୍ର ସରକାରଙ୍କ ସହ ରାଜ୍ୟଗୁଡିକ ଅଂଶୀଦାର...

ରୁଷିଆ ଯିବା ପୂର୍ବରୁ ସାରା ବିଶ୍ୱକୁ ଏମିତି ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୨।୧୦: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରୁଷିଆର କଜାନ ଅଭିମୁଖେ ବାହାରିଛନ୍ତି। ସେ ସକାଳ ପ୍ରାୟ ୭.୪୦ ସମୟରେ...

ଗ୍ୟାସ ସିଲିଣ୍ଡର ବିସ୍ଫୋରଣ, ୬ ମୃତ

ସିକନ୍ଦରାବାଦ,୨୨।୧୦: ଉତ୍ତର ପ୍ରଦେଶ ସିକନ୍ଦରାବାଦର ଆଶାପୁରୀ କଲୋନୀରେ ଏକ ଘରେ ଘଟିଥିବା ସିଲିଣ୍ଡର ବିସ୍ଫୋରଣରେ ଅତି କମରେ ୬ଜଣଙ୍କର ମୃତ୍ୟୁ ଘଟିଛି। ବୁଲନ୍ଦସହର ଜିଲା ମାଜିଷ୍ଟ୍ରେଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri