Categories: ଜାତୀୟ

ୟୁପି ପେପର୍‌ ଲିକ୍‌ ମାମଲାରେ ବର୍ଷିଲେ ରାହୁଲ, କହିଲେ- ଏହା ଅଭିଶାପ, ୨ କୋଟିରୁ ଅଧିକ ଛାତ୍ରଙ୍କ ଭାଙ୍ଗିଲା ସ୍ବପ୍ନ

ନୂଆଦିଲ୍ଲୀ,୫।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପେପର୍‌ ଲିକ୍‌ ମାମଲା ସମ୍ପର୍କରେ କହିଛନ୍ତି ଯେ ଏହା ଯୁବକମାନଙ୍କ ପାଇଁ ଅଭିଶାପ ପାଲଟିଛି। ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ କହିଛନ୍ତି, କେବଳ ଉତ୍ତରପ୍ରଦେଶ ଯୁବକମାନଙ୍କ ପାଇଁ ନୁହେଁ ବରଂ ସାରା ଦେଶରେ ପେପର୍‌ ଲିକ୍‌ ଅଭିଶାପ ପାଲଟିଛି। ମାତ୍ର ୭ ବର୍ଷ ମଧ୍ୟରେ ୭୦ରୁ ଅଧିକ ପେପର୍‌ ଲିକ୍‌ ମାମଲା ୨ କୋଟିରୁ ଅଧିକ ଛାତ୍ରୀଛାତ୍ରଙ୍କ ସ୍ବପ୍ନକୁ ଭାଙ୍ଗି ଦେଇଛି। ଏଥିସହା ସେମାନଙ୍କ ପରିବାର ଉପରେ ଆର୍ଥିକ ଏବଂ ମାନସିକ ବୋଝ ମଧ୍ୟ ପଡୁଛି।

Share