Categories: ଜାତୀୟ

ରାହୁଲ କହିଲେ କାହିଁକି ଆଉ କେବେ ପିନ୍ଧିଲେ ହାର୍ଫ ଟି ସର୍ଟ, କେବେ ପିନ୍ଧିବେ ସ୍ୱେଟର

ନୂଆଦିଲ୍ଲୀ,୧୦ ।୧: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ଯାତ୍ରାକୁ ନେଇ ଖୁବ୍ ବ୍ୟସ୍ତ । ଏହି ଯାତ୍ରା ସମୟରେ ଦେଶରେ ପ୍ରବଳ ଶୀତ ପଡିଥିଲେ ବି ରାହୁଲ ଭାରତ ଯୋଡୋ ଯାତ୍ରାରେ କେବଳ ଟିସର୍ଟରେ ନଜର ଆସୁଛନ୍ତି । ଏବେ ଏହି ଯାତ୍ରା ଉତ୍ତର ପ୍ରଦେଶରେ ଚାଲିଛି । ଉତ୍ତର ପ୍ରଦେଶରେ ଏବେ ଥଣ୍ଡାର ପ୍ରକୋପ ଖୁବ ଅଧିକ ଥିଲେ ବି ରାହୁଲ କେବଳ ଟିସର୍ଟରେ ନଜର ଆସୁଛନ୍ତି । ରାହୁଲଙ୍କ ଟିସର୍ଟକୁ ନେଇ ବି ଏବେ ରାଜନୀତି ହୋଇଛି ସରଗରମ । ଏହାରି ଭିତରେ ରାହୁଲ ସୋମବାର କହିଛନ୍ତି, ସେ କାହିଁକି ଓ କେବେ ପିନ୍ଧିଲେ ହାର୍ଫ ଟି ସର୍ଟ ଓ କେବେ ପିନ୍ଧିବେ ସ୍ୱେଟର ।
ରାହୁଲ କହିଛନ୍ତି, ଯେତେବେଳେ ମୁଁ ମଧ୍ୟପ୍ରଦେଶରେ ଭାରତ ଯୋଡୋ ଯାତ୍ରା କରୁଥିଲି, ସେତେବେଳେ ମୋ ପାଖକୁ ୩ଟି ଶିଶୁ ଚିରା ପୋଷାକ ପିନ୍ଧି ଆସିଥିଲେ । ଆଉ ମୁଁ ତାଙ୍କ ଦେହରେ ହାତ ମାରିବାରୁ ସେ କମ୍ପୁଥିଲେ । ସେହିଦିନ ମୁ ନିଷ୍କତ୍ତି ନେଲି ଯେ ଯେପର୍ଯ୍ୟନ୍ତ ମୁଁ ଥରି ନାହିଁ ସେପଯ୍ୟନ୍ତ ମୁଁ ହାଫ୍ ଟିସର୍ଟ ପିନ୍ଧିବି । ଏହାସହ ଯେତେବେଳେ ଦେହ ଥରାଇଲା ଭଳି ଶୀତ ହେବ ସେତେବେଳେ ଯାଇ ସ୍ୱେଟର ପିନ୍ଧିବି ।

Share