ନୂଆଦିଲ୍ଲୀ,୭।୮: ପ୍ୟାରିସ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରୁ ବିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ତାଙ୍କ ଓଜନ ୫୦ କିଲୋଗ୍ରାମରୁ ଅଧିକ ଥିବାରୁ ସେ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ହୋଇଛନ୍ତି। ଏହାକୁ ନେଇ କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ଏକ୍ସରେ ଭାବୁକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ପୁରା ଦେଶ ଭିନେଶଙ୍କ ପାଇଁ ଛିଡା ହୋଇଛି।
ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲେଖିଛନ୍ତି, ଦୁର୍ଭାଗ୍ୟଜନକ ଯେ, ବିଶ୍ୱ ଚାମ୍ପିୟନ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ଭାରତର ଗର୍ବ ଭିନେଶ ଫୋଗଟଙ୍କୁ ବୈଷୟିକ କାରଣରୁ ଅଯୋଗ୍ୟ କରାଯାଇଛି। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ , ଭାରତୀୟ ଅଲିମ୍ପିକ ଆସୋସିଏସନ ଏହି ନିଷ୍ପତ୍ତିକୁ ଦୃଢ ଭାବରେ ଚ୍ୟାଲେଞ୍ଜ କରିବ ଏବଂ ଦେଶର ଝିଅକୁ ନ୍ୟାୟ ପ୍ରଦାନ କରିବ। ଭିନେଶ କେବେ ହାର ମାନିବା ଝିଅ ନୁହେଁ। ଆମେ ନିଶ୍ଚିତ ଯେ ସେ ଆହୁରି ଶକ୍ତିଶାଳୀ ହୋଇ ଫେରିବେ। ତୁମେ ସବୁବେଳେ ଦେଶକୁ ଗର୍ବିତ କରିଛ ଭିନେଶ। ଆଜି ବି ପୁରା ଦେଶ ତୁମ ତୁମ ସହିତ ଛିଡା ହୋଇଛି।