Categories: ଜାତୀୟ

ରାହୁଲ କହିଲେ,‘ମୋତେ ଗିରଫ କର’

ନୂଆଦିଲ୍ଲୀ,୧୬।୫: କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଥିବା ଅଭିଯୋଗରେ ୧୭ ଜଣଙ୍କୁ ଗିରଫ କରାଯିବା ପରେ ଏହାକୁ ନେଇ ରାଜନୀତି ତେଜୁଛି। ଏହି ମାମଲାରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏବଂ ଏମ୍‌ପି ରାହୁଲ ଗାନ୍ଧୀ ନିଜ ଟୁଇଟର୍‌ ପ୍ରୋଫାଇଲ୍‌ ବଦଳାଇ ଏକ କଳା ରଙ୍ଗର ପୋଷ୍ଟର ରଖିଛନ୍ତି। ଏହି ପୋଷ୍ଟରରେ ଲେଖାଅଛି, ମୋଦି ଜୀ, ଆମ ପିଲାଙ୍କ ଟିକା ବିଦେଶ କାହଁିକି ପଠାଇଦେଲେ। ରାହୁଲ ଏହି ପୋଷ୍ଟର ଶେୟାର କରି ଲେଖିଛନ୍ତି, ମୋତେ ବି ଗିରଫ କର।
ସୂଚନାଯୋଗ୍ୟ, ନିକଟରେ ଦିଲ୍ଲୀ ପୋଲିସ ଏଭଳି ପୋଷ୍ଟର ଲଗାଇଥିବା ୧୭ ଲୋକଙ୍କୁ ଗିରଫ କରିଛି। ଏହାକୁ ନେଇ ଏପର୍ଯ୍ୟନ୍ତ ବିଭିନ୍ନ ଥାନାରେ ୨୧ ମାମଲା ରୁରୁ ହୋଇସାରିଲାଣି।

Share