Categories: ଜାତୀୟ

ରାହୁଲ ଗାନ୍ଧୀଙ୍କ ଜେରାକୁ କଂଗ୍ରେସର ବିରୋଧ, ଥାନାରେ ଗାଇଲେ ‘ରଘୁପତି ରାଘବ ରାଜାରାମ’

ନୂଆଦିଲ୍ଲୀ,୧୩।୬: ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରାହୁଲ ଗାନ୍ଧୀଙ୍କୁ ଜେରାକରି ବିଭିନ୍ନ ପ୍ରଶ୍ନ ପଚାରିଛି। ଏପରିକି ପିଏମ୍‌ଏଲ୍‌ଏ ଆଇନର ଧାରା ୫୦ ଆଧାରରେ ରାହୁଲଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡିଛି।

ଅନ୍ୟପକ୍ଷେ ଏହାକୁ ବିରୋଧକରି କଂଗ୍ରେସ ନେତାମାନେ ସତ୍ୟାଗ୍ରହ କରୁଛନ୍ତି। ଏ ନେଇ ପୋଲିସ ଦିଲ୍ଲୀର ତୋଗଲକ ରୋଡ୍‌ ଥାନାରେ କେତେଜଣ କଂଗ୍ରେସ ନେତାଙ୍କୁ ଅଟକ ରଖିଛି । ଏଭଳି ସ୍ଥିତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଥାନାରେ ପହଞ୍ଚି ଅଟକଥିବା ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହି ସମୟରେ ନେତାମାନେ ଥାନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାତ୍ମା ଗାନ୍ଧୀଙ୍କ ‘ରଘୁପତି ରାଘବ ରାଜାରାମ’ ସଙ୍ଗୀତ ଗାଇ ଆନ୍ଦୋଳନ କରୁଛନ୍ତିି। ବର୍ତ୍ତମାନ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

Share