Categories: ଜାତୀୟ

ବିହାରରେ ଦୁଇଟି ରାଲି କରିବେ ରାହୁଲ

ନୂଆଦିଲ୍ଲୀ,୧୭ ।୧୦: ବିହାର ରାଜନୀତି ଏବେ ସରଗରମ । ଅକ୍ଟୋବର ୨୮ରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ସବୁଦଳ ଅଣ୍ଟା ଭିଡିଛନ୍ତି । ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଷ୍ଟାର କ୍ୟାମ୍ପନର ଭାବେ ନେଇଥିବା ବେଳେ କଂଗ୍ରେସ ଧରିଛି ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ହାତ । ତେବେ ଭୋଟରଙ୍କୁ ଆକର୍ଷିତ କରିବାକୁ ରାହୁଲ ବିହାରର ହିସୁଆ ଓ କହଲଗାଓଁରେ ଅକ୍ଟୋବର ୨୩ରେ ଦୁଇଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ମହାମେଣ୍ଟ ତା’ର ଘୋଷଣାପତ୍ର ଜାରି କରି ଏଥର ଶାସନ କ୍ଷମତାକୁ ଆସିଲେ ଯୁବକଙ୍କୁ ରୋଜଗାର ଯୋଗାଇଦେବା ତା’ର ପ୍ରଥମ କାମ ହେବ ବୋଲି କହିଛି । ଅନ୍ୟପଟେ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଇ-କମଲ ୱେବସାଇଟ ଓ ମୋଦିଜୀ କି ଲହର ଗୀତ ଲଞ୍ଚ କରି ସାରିଛି । ଆହୁରି ମଧ୍ୟ ଭାଜପା ଓ ଏଲ୍‌ଜେପି ମଧ୍ୟରେ ଏପଯ୍ୟନ୍ତ କଥା କଟାକଟି ଜାରି ରହିଛି ।

Share