ନୂଆଦିଲ୍ଲୀ,୧୬।୫: କର୍ନାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ମନ୍ଥନ ଚାଲିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଖାର୍ଗେଙ୍କ ବାସଭବନରେ ପହଞ୍ଚିଥିବା ସୂଚନା ମିଳିଛି। ତେବେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଆଜି କର୍ନାଟକର ମୁଖ୍ୟମନ୍ତ୍ରୀ ଉପରେ ନିଷ୍ପତ୍ତି ନେବେ। କର୍ନାଟକ ମୁଖିଆ ଡି.କେ ଶିବକୁମାର ମଧ୍ୟ ଆଜି ଦିଲ୍ଲୀ ଆସିବେ ବୋଲି ଜଣାପଡିଛି।