ନୂଆଦିଲ୍ଲୀ,୧୩।୬: ଶତାଧିକ କଂଗ୍ରେସ କର୍ମୀଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ନ୍ୟାଶନାଲ ହେରାଲ୍ଡ’ ଖବରକାଗଜ ସଂକ୍ରାନ୍ତ ‘ମନି ଲଣ୍ଡରିଂ’ ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାଳୟରେ ହାଜର ହୋଇଛନ୍ତି। ରାହୁଲଙ୍କ ସହ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ କାର୍ଯ୍ୟାଳୟକୁ ଯାଇଛନ୍ତି।
ରାହୁଲଙ୍କୁ ୫ରୁ ୬ ଘଣ୍ଟା ଜେରା କରାଯାଇପାରେ ବୋଲି ଜଣାପଡ଼ିଛି। ଇଡିର ପଚରାଉଚରା ବେଳେ ରାହୁଲ ସତ କହିବେ ବୋଲି ଶପଥ ନେଇଛନ୍ତି। ଅନ୍ୟପକ୍ଷେ ପଚରାଉଚରା ବେଳେ ନିର୍ଦ୍ଦେଶାଳୟର ୩ଜଣ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ‘ପିଏମ୍ଏଲ୍ଏ’ ଆଇନର ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯିବ।