Categories: ଜାତୀୟ

କୋର୍ଟର ଶୁଣାଣି ପରେ ଲାଲୁଙ୍କ ଘରେ ପହଞ୍ଚିଲେ ରାହୁଲ

ନୂଆଦିଲ୍ଲୀ,୪।୮: ଲାଲୁଙ୍କ ସହ ଡିନର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧି। ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ବଡ଼ ଝିଅ ମିସା ଭାରତୀଙ୍କ ପାଣ୍ଡାରା ପାର୍କ ବାସଭବନରେ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ମୋଦି ସାଙ୍ଗିଆ ଟିପ୍ପଣୀ ମାମଲାରୁ ସୁପ୍ରିମକୋର୍ଟରୁ ରାହୁଲଙ୍କୁ ମିଳିଛି ଆଶ୍ୱସ୍ତି। ରାୟ ପରେ କଂଗ୍ରେସ ଶିବିରରେ ଖୁସିର ମାହୋଲ ଖେଳିଯାଇଛି। ଏନେଇ କଂଗ୍ରେସ ନେତାଙ୍କ ସମେତ ଇଣ୍ଡିଆ ମେଣ୍ଟର ସବୁ ନେତାମାନେ ବହୁ ଉତ୍ସାହିତ ଜଣାପଡୁଛନ୍ତି। ତେବେ ଶୁଣାଣି ପରେ ଶୁକ୍ରବାର ସାରେ ଲାଲୁଙ୍କ ବାସଭବନରେ ପହଞ୍ଚିଛନ୍ତି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଏହି ଦୁଇ ନେତାଙ୍କ ମଧ୍ୟରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ନେଇ ଆଲୋଚନା ହେବା ସହ ବିଳମ୍ବିତ ରାତିରେ ରାତ୍ରୀ ଭୋଜନ ଅନୁଷ୍ଠିତ ହେବ। ବୈଠକରେ ଲାଲୁଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମଧ୍ୟ ଉପସ୍ଥିତ ରହିବେ।

Share