Categories: ଜାତୀୟ

ରାହୁଲଙ୍କ ରାମ ଭକ୍ତି, ଅଯୋଧ୍ୟା ଭୂମିପୂଜନକୁ ନେଇ କହିଲେ ଏମିତି

ନୂଆଦିଲ୍ଲୀ,୫।୮: ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ଲାଗି ବୁଧବାର ଭୂମିପୂଜନ କରାଯାଇଛି। ଏହି ଅବସରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ସେ କହିଛନ୍ତି, ଭଗବାନ ରାମ ହୃଦୟର ଗଭୀରତାରେ ଥିବା ମାନବିକତାର ମୂଳ ଭାବନା ଅଟନ୍ତି ଏବଂ ସେ କଦାପି ଘୃଣା ଏବଂ ଅନ୍ୟାୟରେ ଦେଖାଯିବେ ନାହିଁ।

ରାହୁଲ ଟୁଇଟ କରି କହିଛନ୍ତି, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମ ହେଉଛି ସର୍ବୋତ୍ତମ ମାନବ ଗୁଣର ସ୍ବରୂପ। ସେ ଆମ ମନର ଗଭୀରତାରେ ବସିଥିବା ମାନବିକତାର ମୂଳ ଭାବନା। ରାମ ହେଉଛନ୍ତି ପ୍ରେମ। ସେ ଘୃଣାରେ କଦାପି ଦେଖା ଦେଇପାରିବେ ନାହିଁ। ”

ସେ ଆହୁରି ମଧ୍ୟ କହିଛନ୍ତି, ରାମ ଦୟାଳୁ। ସେ କଦାପି ନିଷ୍ଠୁର ଭାବରେ ଦେଖା ଦେଇ ପାରିବେ ନାହିଁ। ରାମ ହେଉଛନ୍ତିି ନ୍ୟାୟର ପ୍ରତୀକ। ସେ କଦାପି ଅନ୍ୟାୟରେ ହାଜର ହୋଇପାରିବେ ନାହିଁ। ”

ସୂଚନାଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମ ଅଯୋଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Share