Posted inଜାତୀୟ

ଜମ୍ମୁ -କଶ୍ମୀରରେ ଜିତିବା ପରେ ଆସିଲା ରାହୁଲଙ୍କ ବଡ଼ ପ୍ରତିକ୍ରିୟା, କହିଦେଲେ ଏମିତି…

ନୂଆଦିଲ୍ଲୀ,୯।୧୦: ହରିୟାଣା, ଜମ୍ମୁ -କଶ୍ମୀରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେ ହରିୟାଣାର କଂଗ୍ରେସ କର୍ମୀଙ୍କୁ ସିଂହ ବୋଲି କହି ଧନ୍ୟବାଦ ଜଣାଇଛନ୍ତି। ଜମ୍ମୁ-କଶ୍ମୀରରେ ଏନ୍‌ସି ସହିତ କଂଗ୍ରେସ ଚମତ୍କାର ପ୍ରଦର୍ଶନ କରିଛି। ଏ ସମ୍ପର୍କରେ କଂଗ୍ରେସ ଏମ୍‌ପି କହିଛନ୍ତି, ଜମ୍ମୁ-କଶ୍ମୀରବାସୀଙ୍କୁ ହୃଦୟରୁ ଧନ୍ୟବାଦ। ରାଜ୍ୟରେ ଇଣ୍ଡିଆ ମିଳିତ ମଞ୍ଚର ବିଜୟ ସମ୍ବିଧାନର ବିଜୟ। ଏହା ଗଣତାନ୍ତ୍ରିକ ଆତ୍ମ ସମ୍ମାନର ବିଜୟ।

ଏଥର ହରିୟାଣାରେ କୃଷକ ଓ କୁସ୍ତି ପ୍ରସଙ୍ଗରେ ୧୦ ବର୍ଷ ପରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଆଶା କରିଥିଲା, କିନ୍ତୁ ତାହା ହୋଇପାରିଲା ନାହିଁ। ହରିୟାଣାରେ ହ୍ୟାଟ୍ରିକ ସ୍କୋର କରି ଭାଜପା ଏକ ବଡ଼ ବିଜୟ ହାସଲ କରିଛି। ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ ଦଳର ନେତା ରାହୁଲ ଗାନ୍ଧୀ ଫଳାଫଳକୁ ବିଶ୍ଳେଷଣ କରିବା ବିଷୟରେ କହିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଆମେ ହରିୟାଣାର ଅପ୍ରତ୍ୟାଶିତ ଫଳାଫଳକୁ ବିଶ୍ଳେଷଣ କରୁଛୁ। ବହୁ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିବା ଅଭିଯୋଗ ସମ୍ପର୍କରେ ଆମେ ନିର୍ବାଚନ ଆୟୋଗଙ୍କୁ ଜଣାଇବୁ। ହରିୟାଣାର ସମସ୍ତ ଲୋକଙ୍କୁ ସମର୍ଥନ ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆ ମେଣ୍ଟରେ ଫାଟ: ସବୁଠାରୁ ବଡ଼ ଝଟ୍‌କା ରାହୁଲଙ୍କୁ ଦେଇଦେଲେ ଅଖିଳେଶ

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିବା ପରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି। କଂଗ୍ରେସ ହରିୟାଣାରେ...

ହରିୟାଣା ଫଳାଫଳ ପରେ କଂଗ୍ରେସକୁ ବଡ଼ ଝଟ୍‌କା, ବଡ଼ ଆକ୍ସନ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୯।୧୦: କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ଦିଲ୍ଲୀ ବିଧାନସଭା ନିର୍ବାଚନ ଏକାକୀ ଲଢିବ ଆମ ଆଦମୀ ପାର୍ଟି। ଅରବିନ୍ଦ କେଜରିୱାଲ ଇଣ୍ଡିଆ ମେଣ୍ଟର ସଦସ୍ୟ ହୋଇଥିଲେ...

ଏକ ଦେଶ ଏକ ନିର୍ବାଚନ

ଭାରତରେ ‘ଓ୍ବାନ୍‌ ନେଶନ ଓ୍ବାନ୍‌ ଇଲେକ୍‌ଶନ’ ବା ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଚାରିଆଡ଼େ ଗରମାଗରମ ଆଲୋଚନା ହେଉଛି। ୧୮ ସେପ୍ଟେମ୍ବର ୨୦୨୪ରେ...

ହରିୟାଣାରେ ବଢିଲା ଭାଜପାର ବଳ, ପଦ୍ମ ଧରିଲେ ୩ ନେତା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭାର ଫଳାଫଳ ପରେ ଭାଜପା ଆହୁରି ଶକ୍ତିଶାଳୀ ହୋଇଛି। ହରିୟାଣାର ୯୦ଟି ଆସନରୁ ଦଳ ଏକାକୀ ୪୮ଟି ଆସନ ଜିତି କ୍ରମାଗତ ତୃତୀୟ...

ଗରିବଙ୍କୁ ଦଶହରା ଭେଟି ଦେଲେ କେନ୍ଦ୍ର ସରକାର, ୨୦୨୮ ଯାଏ…

ନୂଆଦିଲ୍ଲୀ,୯।୧୦: ଦଶହରା ଉପଲକ୍ଷେ ଦେଶର କୋଟି କୋଟି ଗରିବଙ୍କୁ କେନ୍ଦ୍ର ସରକାର ଭେଟି ଦେଇଛନ୍ତି। ୨୦୨୮ ପର୍ଯ୍ୟନ୍ତ ଦେଶବାସୀଙ୍କୁ ମାଗଣା ପୁଷ୍ଟିକର ଚାଉଳ ମିଳିବ। ପ୍ରଧାନମନ୍ତ୍ରୀ...

ରାହୁଲ ଆଣିଥିଲେ ଜିଲାପି, ମୁଡ୍‌ ବଦଳାଇଦେଲେ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣା ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ପରେ ଚାରିଆଡେ ଜିଲାପିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ଯେ,...

ହ୍ୟାଟ୍ରିକ୍‌ ବିଜୟ ପରେ ବି ହରିୟାଣାରେ ଭାଜପାକୁ ବଡ଼ ଝଟ୍‌କା: ଜାଣନ୍ତୁ କ’ଣ ଘଟିଲା

ଚଣ୍ଡିଗଡ,୯।୧୦: ହରିୟାଣା ବିଧାନସଭା ନିର୍ବାଚନରେ ୨୦୨୪ରେ ଭାଜପା ଏକ ବଡ ବିଜୟ ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନାୟାବ ସିଂ ସାଇନି ମନ୍ତ୍ରୀମଣ୍ଡଳର ୧୦ ଜଣ...

‘ଯେତେ ହିନ୍ଦୁ ବିଭାଜିତ ହେବେ, କଂଗ୍ରେସକୁ ସେତେ ଫାଇଦା ହେବ’ ଏମିତି କାହିଁକି କହିଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ,୯।୧୦: ହରିୟାଣାରେ କ୍ଷମତା ହାସଲ କରିବା ପରେ ବର୍ତ୍ତମାନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ ଭାଜପା ଆଖି ରହିଛି। ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଡିଜିଟାଲ ମାଧ୍ୟମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri